କାକଟପୁର: ପୁରୀ ଜିଲ୍ଲା ବିଜୁ ଜନତା ଦଳ (ବିଜେଡି)ର କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ସ୍ୱାଧୀନ କୁମାର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ କାକଟପୁରସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏକ ଶୁଭେଚ୍ଛା ସମାରୋହ ଆୟୋଜିତ ହୋଇଥିଲା।
ସମାରୋହରେ କାକଟପୁର ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ବିଜେଡିର ବହୁ ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା ଓ ସମର୍ଥକ ଯୋଗଦେଇ ନବନିଯୁକ୍ତ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ।
ଏହି ଶୁଭେଚ୍ଛା ସମାରୋହରେ ୫୦୦ରୁ ଊର୍ଦ୍ଧ୍ୱ ଦଳୀୟ କର୍ମୀ ଓ ସମର୍ଥକ ଯୋଗଦେଇଥିବା ଜଣାପଡ଼ିଛି। ସମାରୋହରେ ଦଳର ସାଙ୍ଗଠନିକ କାର୍ଯ୍ୟକଳାପ, ଦଳୀୟ ଏକତା ଓ ଆଗାମୀ ଦିନରେ ସଂଗଠନକୁ ମଜବୁତ କରିବା ନେଇ ଆଲୋଚନା ହୋଇଥିଲା।
ରିପୋର୍ଟିଂ: ଏସ୍.ଏ. ନୱାଜ୍
ବିଭୂତି ଟିଭି (BibhutiTV)
ପୁରୀ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ସ୍ୱାଧୀନ କୁମାର ନାୟକ ଦାୟିତ୍ୱ ଗ୍ରହଣ



















Leave a Reply