ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋଠାରେ ଜୟନ୍ତୀ ପାଳିତ: ଶ୍ରଦ୍ଧାଞ୍ଜଳି ଜଣାଇଲେ ପୁରୀ ଜିଲ୍ଲାପାଳ

ପୁରୀ,(BT ) ୯ ଅକ୍ଟୋବର:ମହାନ ଜନନାୟକ, ତ୍ୟାଗ ଓ ସେବାର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ଆଜି ତାଙ୍କ ଜନ୍ମପୀଠ ସୁଆଣ୍ଡୋଠାରେ ଏକ ଭାବପୂର୍ଣ୍ଣ ପରିବେଶରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମହୋଦୟ ସୁଆଣ୍ଡୋ ଗ୍ରାମ ଗସ୍ତ କରି ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ଗୋପବନ୍ଧୁଙ୍କ ଅମର ସ୍ମୃତି ଚାରଣ କରି କହିଥିଲେ ଯେ, ସମାଜସେବା, ନିଷ୍ଠାପର ତ୍ୟାଗ ଏବଂ ଜନକଲ୍ୟାଣ ପ୍ରତି ସମର୍ପିତ ଉତ୍କଳମଣିଙ୍କ ମହାନ ଜୀବନାଦର୍ଶ ଆଜି ମଧ୍ୟ ସମସ୍ତଙ୍କ ପାଇଁ ଏକ ଅଫୁରନ୍ତ ପ୍ରେରଣାର ଉତ୍ସ। ତାଙ୍କ ଦେଖାଇଥିବା ମାର୍ଗରେ ଚାଲି ଦେଶ ଓ ସମାଜର ସେବା କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ରହି ସେହି ମହାନ ମନୀଷୀଙ୍କ ପ୍ରତି ନିଜର କୃତଜ୍ଞତା ଜଣାଇଥିଲେ।

ରିପୋର୍ଟ ପ୍ରତାପ ଚନ୍ଦ୍ର ଘୋଡେ଼ଇ ପିପିଲି ପୁରୀ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *