ନିମାପଡ଼ା, ୨୯/୯ (BT): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ (ବିଜେଡି)ର ତୃଣମୂଳ ସଙ୍ଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏକ ୯ଜଣିଆ ସମନ୍ୱୟ କମିଟି ଗଠନ କରାଯାଇଛି।
ଦଳର ସଙ୍ଗଠନକୁ ମଜଭୁତ କରିବା ପାଇଁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟ ଏହି କମିଟି ଗଠନ କରିଥିବା ଦଳ ପକ୍ଷରୁ କୁହାଯାଇଛି।
ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ବ୍ଲକ, ଗୋପ ବ୍ଲକ ଏବଂ ନିମାପଡ଼ା ଏନ୍ଏସି ଅଞ୍ଚଳରେ ଦଳର ତୃଣମୂଳ ସଙ୍ଗଠନକୁ ସକ୍ରିୟ ଓ ସୁଦୃଢ଼ କରିବାରେ ଏହି ସମନ୍ୱୟ କମିଟି ଜିଲ୍ଲା ସଭାପତିଙ୍କୁ ସହଯୋଗ କରିବ।
କମିଟିରେ ବରିଷ୍ଠ ମହିଳା ନେତ୍ରୀ କୁଞ୍ଜଲତା ସାମଲ, ଜିଲ୍ଲା ପରିଷଦ ସଭ୍ୟ ଝୁନୁମଣି ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ନାୟକ, ଲୋକନାଥ ସାହୁ, ଧନୁର୍ଦ୍ଧର ଦାସ, ମହେଶ୍ୱର ସ୍ୱାଇଁ ଏବଂ ଭାଗ୍ୟଧର ଖଟେଇଙ୍କ ସମେତ ୯ଜଣଙ୍କୁ ସାମିଲ କରାଯାଇଥିବା ଜଣାପଡ଼ିଛି।
ଦଳର ଉପସଭାପତି ଦେବୀ ମିଶ୍ର ଏକ ପ୍ରେସ୍ ବିବୃତିରେ ନେତା ଓ କର୍ମୀମାନଙ୍କୁ ମିଳିମିଶି କାର୍ଯ୍ୟ କରି ସଙ୍ଗଠନକୁ ଆହୁରି ମଜଭୁତ କରିବାକୁ ଆହ୍ୱାନ ଦେଇଥିବା କୁହାଯାଇଛି।
ଆବଶ୍ୟକତା ଅନୁଯାୟୀ ଆଗାମୀ ଦିନରେ ନିମାପଡ଼ା ନିର୍ବାଚନମଣ୍ଡଳୀର ଅନ୍ୟ ବିଜେଡି ନେତାମାନଙ୍କୁ ମଧ୍ୟ ଏହି କମିଟିରେ ନିମନ୍ତ୍ରିତ ସଦସ୍ୟ ଭାବେ ସାମିଲ କରାଯାଇପାରେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
“ନିମାପଡ଼ାରେ ବିଜେଡିର ନୂଆ ସଙ୍ଗଠନ ରଣନୀତି: ୯ଜଣିଆ ସମନ୍ୱୟ କମିଟି ଗଠନ”



















Leave a Reply