ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶ୍ରୀ ସୋମନାଥଙ୍କ ପୀଠରେ ‘ଆଶୀର୍ବାଦର ଦୀପ’ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଜଗତସିଂହପୁର, ବିଭୂତି ଟିଭି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଜଗତସିଂହପୁର ଜିଲ୍ଲାର ପବିତ୍ର ଶ୍ରୀ ସୋମନାଥଙ୍କ ପୀଠରେ ‘ଆଶୀର୍ବାଦର ଦୀପ’ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ଆୟୋଜକଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ କାମନା କରି ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ରାଷ୍ଟ୍ର ନିର୍ମାଣ ଓ ଜନସେବା ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଆୟୋଜକମାନେ କହିଥିଲେ।
କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ବିଭୁ ତରାଇ,ଜିଲ୍ଲା ବିଜେପିର ପ୍ରାକ୍ତନ ସଭାପତି ସତ୍ୟବ୍ରତ ମହାପାତ୍ର, ଜଗତସିଂହପୁର ପୌରପାଳିକାର ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଗଣେଶ ମହାନ୍ତି, ଜିଲ୍ଲା ଉପସଭାପତି ବିନୋଦ ମହାନ୍ତି, ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ମହାନ୍ତି, ସର୍ଜନ ସିଂଙ୍କ ସମେତ ବିଭିନ୍ନ ମଣ୍ଡଳର ସଭାପତି, ଦଳୀୟ କାର୍ଯ୍ୟକର୍ତ୍ତା ଓ ସାଧାରଣ ଲୋକେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ।
ଶ୍ରୀ ସୋମନାଥଙ୍କ ଚରଣରେ ପ୍ରାର୍ଥନା କରି ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘ ଜୀବନ ସହ ଦେଶର ନିରନ୍ତର ଉନ୍ନତି ଓ ପ୍ରଗତି କାମନା କରାଯାଇଥିଲା।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *