ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ମଙ୍ଗଳା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ବିସିଜେଡି ସଭାପତି ପ୍ରାର୍ଥୀ ଅଲକାନନ୍ଦା ବେହେରାଙ୍କ ନାମାଙ୍କନ ପତ୍ର ଦାଖଲ, ବିଶାଳ ପଦଯାତ୍ରା

କାକଟପୁର, ୦୯/୧୦/୨୦୨୬ (ବିଭୂତି ଟିଭି):କାକଟପୁର ମଙ୍ଗଳା ମହାବିଦ୍ୟାଳୟର ଆଗାମୀ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ପକ୍ଷରୁ ସଭାପତି ପ୍ରାର୍ଥୀ ଭାବେ ଅଲକାନନ୍ଦା ବେହେରା ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଟିକେଟ ପ୍ରଦାନ ପରେ ଦଳୀୟ କର୍ମୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
ଏହି ଅବସରରେ କାକଟପୁର ବିଜେଡି କାର୍ଯ୍ୟାଳୟରୁ ଏକ ବିଶାଳ ପଦଯାତ୍ରା ବାହାରି ମଙ୍ଗଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ବିଜୁ ଛାତ୍ର ଜନତା ଦଳର ଶତାଧିକ ଛାତ୍ରଛାତ୍ରୀ ଏବଂ ସମର୍ଥକ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦର ସହ ନାରାବାଜି କରି ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ନେତା ପ୍ରାଣନାଥ ମଲ୍ଲିକ ଉପସ୍ଥିତ ରହି ପ୍ରାର୍ଥୀଙ୍କୁ ଉତ୍ସାହିତ କରିବା ସହ ନିର୍ବାଚନୀ ପ୍ରଚାରର ନେତୃତ୍ବ ନେଇଥିଲେ।
ସଭାପତି ପ୍ରାର୍ଥୀ ଅଲକାନନ୍ଦା ବେହେରା ମହାବିଦ୍ୟାଳୟର ସାମଗ୍ରିକ ବିକାଶ, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଏବଂ ଶୈକ୍ଷିକ ପରିବେଶର ଉନ୍ନତି ପାଇଁ ସଙ୍କଳ୍ପବଦ୍ଧ ବୋଲି ପ୍ରକାଶ କରିଛନ୍ତି।
(କାକଟପୁରରୁ ଆସ୍ରାଫୁଲ ନୱାଜଙ୍କ ରିପୋର୍ଟ, ବିଭୂତି ଟିଭି)

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *