ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

କାକଟପୁରରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ରାସ୍ତାଘାଟ ଓ ବଜାର ବନ୍ଦ

କାକଟପୁର, ୦୮/୧୦ (ବିଭୂତି ଟିଭି):କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ବିଭିନ୍ନ ଦଳ ପକ୍ଷରୁ ଆଜି, ଗୁରୁବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକର ପ୍ରଭାବ କାକଟପୁରରେ ମଧ୍ୟ ପରିଲକ୍ଷିତ ହୋଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି।
ବନ୍ଦକୁ ସମର୍ଥନ କରି କଂଗ୍ରେସ ନେତା, କର୍ମୀ ଓ ସମର୍ଥକମାନେ କାକଟପୁରର ବିଭିନ୍ନ ରାସ୍ତା, ବଜାର ଓ ଦୋକାନ ବନ୍ଦ କରିବା ସହ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଯାତାୟାତ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହାର ପ୍ରଭାବରେ ଅଞ୍ଚଳରେ ସାଧାରଣ ଜୀବନଯାତ୍ରା କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଛି।
ତେବେ ଆମ୍ବୁଲାନ୍ସ, କ୍ଷୀର ଗାଡ଼ି ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ ଦିଆଯାଇଛି।
ବନ୍ଦ ପାଳନକାରୀଙ୍କ ପକ୍ଷରୁ ମୁଖ୍ୟତଃ ତିନୋଟି ଦାବି ଉପସ୍ଥାପନ କରାଯାଇଛି। ସେଗୁଡ଼ିକ ହେଲା—
୧. ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ପଦରୁ ବହିଷ୍କାର କରିବା ସହ ଗିରଫ କରିବା ଦାବି।
୨. MMDR Act ସମ୍ପର୍କିତ ବିଲ୍ ପ୍ରତ୍ୟାହାର କରିବା ଦାବି।
୩. ଉଚ୍ଚଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି।
ବନ୍ଦ ସମୟରେ କାକଟପୁରର ବିଭିନ୍ନ ସ୍ଥାନରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର କର୍ମୀ-ସମର୍ଥକମାନେ ଉପସ୍ଥିତ ରହି ବନ୍ଦକୁ ସଫଳ କରିବା ପାଇଁ ପ୍ରୟାସ କରିଛନ୍ତି।
କାକଟପୁରରୁ ରିପୋର୍ଟ — ଏସ୍.କେ. ଅସରାଫୁଲ ନୱାଜ

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *