ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ପୁରୀ ଜିଲ୍ଲା BJD ନୂଆ କମିଟି ଘୋଷଣା: ଅରୁଣ ଉପସଭାପତି; ତାଙ୍କୁ ମିଶାଇ ମୋଟ ୪ ଜଣ ନିମାପଡ଼ା ରୁ

ନିମାପଡ଼ା (ବିଭୂତି ଟିଭି): ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ପୁରୀ ଜିଲ୍ଲା ସଂଗଠନକୁ ନୂଆ ରୂପ ଦିଆଯାଇଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଶଙ୍ଖ ଭବନରୁ ଘୋଷିତ ୫୦ ଜଣିଆ ନୂତନ ଜିଲ୍ଲା କମିଟିକୁ ନେଇ ଏବେ ରାଜନୈତିକ ସରଗରମ ବୃଦ୍ଧି ପାଇଛି।
ନୂତନ କମିଟିର ମୁଖ୍ୟ ଆକର୍ଷଣ:
କାର୍ଯ୍ୟକାରୀ ସଭାପତି: ଜିଲ୍ଲା ସଭାପତି ଉମାକାନ୍ତ ସାମନ୍ତରାୟଙ୍କୁ ସହାୟତା ପାଇଁ କାକଟପୁରର ସ୍ୱାଧୀନ ନାୟକଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି।
ଉପ-ସଭାପତି: ମୋଟ ୧୩ ଜଣ ଉପସଭାପତିଙ୍କ ମଧ୍ୟରେ ନିମାପଡ଼ାର ପୂର୍ବତନ କାଉନସିଲର तथा ସଂଗଠକ ଅରୁଣ ପ୍ରସାଦ ଦାଶ ସ୍ଥାନ ପାଇଛନ୍ତି।
ସାଧାରଣ ସମ୍ପାଦକ: ୨୫ ଜଣିଆ ସାଧାରଣ ସମ୍ପାଦକ ତାଲିକାରେ ନିମାପଡ଼ାର ପୂର୍ବତନ ଗୋପ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ପୂର୍ବତନ ସରପଞ୍ଚ ବିଜୟ ପଟ୍ଟନାୟକ ଓ ନିରଞ୍ଜନ ଶଗଡ଼ିଆ ସାମିଲ ଅଛନ୍ତି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *