ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଡେଲାଙ୍ଗ-ପିପିଲି ରେ କଂଗ୍ରେସର ବନ୍ଦ ସଫଳ: ଶାନ୍ତିପୂର୍ଣ୍ଣ ଭାବେ ସହଯୋଗ କଲେ ଜନସାଧାରଣ

ଡେଲାଙ୍ଗ/ପିପିଲି (ବ୍ୟୁରୋ): ବରିଷ୍ଠ କଂଗ୍ରେସ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ଏବଂ ପିପିଲି ଅଞ୍ଚଳରେ ବନ୍ଦ ପାଳନ ସଫଳ ହୋଇଛି। ଅଞ୍ଚଳର ପ୍ରାୟ ୨୮ଟି ସ୍ଥାନରେ କଂଗ୍ରେସ ନେତା, କର୍ମୀ ଏବଂ ଇଣ୍ଡି ମେଣ୍ଟର ବିଭିନ୍ନ ସହଯୋଗୀ ଦଳର ନେତା ଓ କର୍ମୀମାନଙ୍କ ମିଳିତ ସହଯୋଗରେ ଏହି ବନ୍ଦ ପାଳନ କରାଯାଇଥିଲା। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଜନପ୍ରିୟ ନେତା ପ୍ରିୟବ୍ରତ ସାମନ୍ତରାୟ (ରାଜା) ନିଜେ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଜନସାଧାରଣଙ୍କୁ ହାତ ଯୋଡ଼ି ଏହି ବନ୍ଦ ପାଳନରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ସ୍ଥାନୀୟ ଜନସାଧାରଣ ମଧ୍ୟ ସ୍ୱତଃସ୍ଫୂର୍ତ୍ତ ଭାବେ ଏଥିରେ ସାମିଲ ହୋଇଥିଲେ। ଦଳ ମତ ନିର୍ବିଶେଷରେ ସମସ୍ତ ବର୍ଗର ଲୋକଙ୍କ ପକ୍ଷରୁ ମିଳିଥିବା ଏହି ଅକୁଣ୍ଠ ସମର୍ଥନ ପାଇଁ ଶ୍ରୀ ସାମନ୍ତରାୟ ଡେଲାଙ୍ଗ ଏବଂ ପିପିଲି ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।

ରିପୋର୍ଟ: ପ୍ରତାପ ଚନ୍ଦ୍ର ଘୋଡେ଼ଇ ପିପିଲି ପୁରୀ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *