ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ବିଜେପିରେ ସାମିଲ ହେଲେ ଛଣିଜଙ୍ଗ ଗ୍ରାମପଞ୍ଚାୟତର ବହୁ ବିଜେଡି କର୍ମୀ

ନିମାପଡ଼ା, ୨୨/୦୯/୨୦୨୬ (ବିଭୂତି ଟିଭି):
ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛଣିଜଙ୍ଗ ଗ୍ରାମପଞ୍ଚାୟତର ବହୁ ବିଜେଡି କର୍ମୀ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି।
ଏହି ଅବସରରେ ନୂତନ ଭାବେ ଦଳରେ ଯୋଗଦେଇଥିବା କର୍ମୀମାନଙ୍କୁ ବିଜେପି ପରିବାରକୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଥିଲେ ଯେ, ଏହି ଯୋଗଦାନ ଦଳର ସଂଗଠନକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବ। ଏଥିସହ ଜନସେବାର ସଂକଳ୍ପକୁ ଆହୁରି ଆଗକୁ ନେବାରେ ନୂତନ କର୍ମୀମାନଙ୍କର ପ୍ରମୁଖ ଭୂମିକା ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ।
ଚାରିଛକ ମଣ୍ଡଳ ସଭାପତି ପ୍ରଭାତ କୁମାର ନାୟକ, ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାନ୍ତି ଏବଂ ତୁଳସୀପୁର ପଞ୍ଚାୟତ ସଭାପତି କୈଳାଶ ଚନ୍ଦ୍ର କରଙ୍କ ଉପସ୍ଥିତିରେ ବିଜୟ କୁମାର ମାହାନ୍ତି, ପ୍ରତାପ ସ୍ୱାଇଁ, ଅଜୟ ଦାସ, ପ୍ରସନ୍ନ କୁମାର ବିଶ୍ୱାଳ, ମନୋରଞ୍ଜନ ବେହେରାଙ୍କ ସମେତ ଅନ୍ୟ କର୍ମୀମାନେ ବିଜେପିରେ ଯୋଗଦେଇଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *