ନିମାପଡ଼ା,୨୮।୩ (BT) : ନିମାପଡ ଜୁଡିସିଆଲ ବାର ଆସୋସିଏସନ ନିର୍ବାଚନ ହୋଇ ଫଳାଫଳ ପ୍ରକାଶ ପାଇଛି । ବାମନ ଚରଣ ନାୟକ ସଭାପତି, ପ୍ରଦୀପ୍ତ କୁମାର ମିଶ୍ର ଉପସଭାପତି, ପ୍ରଶାନ୍ତ କୁମାର ରାଉତରାୟ ସଂପାଦକ, ସରୋଜ କୁମାର ଦାଶ ସହସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ଆଇନଜୀବୀ ପ୍ରତାପ ପଣ୍ଡା ନିର୍ବାଚନ ପରିଚାଳନା ଦାୟିତ୍ଵ ତୁଲାଇଥିଲେ ନୂତନ ଭାବେ ନିର୍ବାଚିତ ହୋଇଥୁବା କର୍ମକର୍ତ୍ତାଙ୍କୁ ବରିଷ୍ଠ ତଥା ଆଇନଜୀବୀ ସଭ୍ଯ ବଟକୃଷ୍ଣ ସାହୁ, ସତ୍ୟ ନାରାୟଣ ପଣ୍ଡା, ଗଙ୍ଗାଧର ନାୟକ, ସଚ୍ଚିକାନ୍ତ ମିଶ୍ରଙ୍କ ସମେତ ସମସ୍ତ ସଭ୍ୟ ଓ ଆଇନଜୀବୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଇନଜୀବୀମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରିବେ ବୋଲି ନବ ନିର୍ବାଚିତ ସଭାପତି ଶ୍ରୀ ନାୟକ କହିଛନ୍ତି ।
ନିମାପଡ଼ା ବାର ଆସେ ଆସୋସିସନ ନିର୍ବାଚନରେ ସଭାପତି ଭାବେ ଅଭିମନ୍ୟୁ ସ୍ବାଇଁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଦୁର୍ଯ୍ୟୋଧନ ବାରିକ, ସଂପାଦକ ଭାବେ ପ୍ରଷୁଜିତ୍ ପରିଡା,ସହ ସଂପାଦକ ଭାବେ ପ୍ରିୟଙ୍କା ରଥ ନିର୍ବାଚିତ ହୋଇଛନ୍ତି । ନୂତନ ଭାବେ ନିର୍ବାଚିତ ହୋଇଥିବା କର୍ମ କର୍ତ୍ତାମାନଙ୍କୁ ବରିଷ୍ଠ ଆଇନଜୀବୀ ବ୍ରହ୍ମାନନ୍ଦ ରଥ, ବ୍ରହ୍ମାନନ୍ଦ ପ୍ରଧାନ, ପ୍ରସନ୍ନ ପଣ୍ଡା, ଶଶୀକାନ୍ତ ବେହେରା, ବିଶ୍ଵଜିତ ମହାନ୍ତିଙ୍କ ଙ୍କ ସମେତ ସମସ୍ତ ସଦସ୍ଯ ଫୁଲତୋଡା ଦେଇ ଶୁଭଚ୍ଛ। ଜଣାଇ ଥିଲେ । ବରିଷ୍ଠ ଆଇନଜୀବୀ ଗୌରାଙ୍ଗ ସାହୁ ନିର୍ବାଚନ ପରିଚାଳନା କରିଥିଲେ। ପୂର୍ବତନ ବିଧାୟକ ତଥା ବିଜେପି ମୁଖପାତ୍ର ସମୀର ରଂଜନ ଦାଶ, ବ୍ଳକ ଅଧ୍ଯକ୍ଷ ଶଙ୍କର ଭୋଇ, ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ଜୀବନାନନ୍ଦ ମହାପାତ୍ର, ଅଶୋକ ସାହୁ, ବିଜେଡି ନେତା ସୁବ୍ରତ ଛାଟୋଇ, ବିଜେଡି ବ୍ଳକ ସଭାପତି ଭାଗ୍ୟଧର ଖଟୋଇ, କାଉନସିଲର ଧନୁ ଧର ଦ୍ଧର ଦାସ ବିଜୟୀ ସଭ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।



















Leave a Reply