ନିମାପଡ଼ା,(BT) ଆଜି ନିମାପଡା ରେ ପ୍ରବାଦ ପୁରୁଷ , ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ମହାନ ଜନନାୟକ,ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ବିଜେଡ଼ି ନିମାପଡ଼ା ନିର୍ବାଚନ ମଣ୍ଡଳୀ ପକ୍ଷରୁ ମହାସମାରୋହରେ ନିମାପଡା ଶହିଦୀ ଭବନ (ଟାଉନହଲ)ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଯୁବ ବିଜେଡ଼ି ପକ୍ଷରୁ ନୂଆ ବସଷ୍ଟାଣ୍ଡ ଠାରୁ ଶତାଧିକ ଯୁବକଙ୍କ ବାଇକ ରାଲି କରାଯାଇ ବ୍ଲକ ଛକ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା। ଶତାଧିକ ଯୁବକ ସୁଜିତ ବେହେରାଙ୍କ ନେତୃତ୍ବରେ ନିମାପଡ଼ା- ଗୋପ ନିର୍ବାଚନ ମଣ୍ଡଳୀ ଦାୟିତ୍ବରେ ଥିବା ଶିକ୍ଷାବିତ ସୁବ୍ରତ ଛାଟୋଇ ବିଜୁ ବାବୁଙ୍କ ସହ ଦଳୀୟ ନେତାମାନେ ମାଲ୍ୟାର୍ପଣ କରିଥିଲେ। ଟାଉନହଲ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ନିମାପଡ଼ା ଏନ.ଏ.ସି ଅଧ୍ୟକ୍ଷା ସସ୍ମିତା ସାହୁ, ବ୍ଲକ ବିଜେଡ଼ି ସଭାପତି ଭାଗ୍ୟଧର ଖଟେଇ, ଏନ.ଏ.ସି ସଭାପତି ଧନୁର୍ଦ୍ଧର ଦାସ, ପୁରୀ ଜିଲା ମହିଳା ସଭାପତି କସ୍ତୁରିବାଳା ସ୍ବାଇଁ, ବରିଷ୍ଠ ନେତା ସତ୍ୟବାଦୀ ମହାପାତ୍ର, ଜିଲାପରିଷଦ ସଭ୍ୟ କୁଞ୍ଜଲତା ସାମଲ, ରବିନ୍ଦ୍ର ମଲ୍ଲିକ ଓ ସସ୍ମିତା ନାୟକ , ଗୋପ ପଞ୍ଚାୟତ ସମିତି ଅଧ୍ୟକ୍ଷ ଝୁନୁ ବାଳା ମଲ୍ଲିକ ଯୋଗ ଦେଇ ବିଜୁ ବାବୁଙ୍କ ପୁଣ୍ୟ ଜୟନ୍ତୀରେ ଗଭୀର ଶ୍ରଦ୍ଦଞଳି ଜଣାଇଥିଲେ। ନୂଆ ସରକାର ଆସି ଖାଲି ରଙ୍ଗ ବଦଳାଇବା ଓ ଲଗାଇବାରେ ବ୍ୟସ୍ତ ରହିଛି। । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି ଦଳକୁ ଟକର୍ ଦେବାପାଇଁ ଏବେ ଠାରୁ ବିଜେଡ଼ି କର୍ମୀମାନେ ଗାଁକୁ ଯାଇ ବିଜେପି ସରକାରର ବିଭଳତା ବିଷୟରେ ବୁଝାଇବାକୁ ପରାମର୍ଶ ଦେଇଥିଲେ। ବିଜୟ ପଟ୍ଟନାୟକ ମଂଚ ପରିଚାଳନା କରିଥିଲେ। ଏହି ଅବସରରେ ବ୍ଲକ ସଭାପତି ଭାଗ୍ୟଧର ଖଟେଇ,ଏନ.ଏ.ସି ସଭାପତି ଧନୁର୍ଦ୍ଧର ଦସ, ଜିଲାମହିଳା ସଭାପତି କସ୍ମତୁରୀ ବାଳା ସ୍ବାଇଁ ଏବଂ ଯୁବ ବିଜେଡ଼ି ସଭାପତି ଉମା ସୈାମେନ ଦାସ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ପ୍ରବାଦ ପୁରୁଷ , ମହାନ ଜନନାୟକ,କଳିଙ୍ଗ ପୁତ୍ର,ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ

















Leave a Reply