ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ରାଜ୍ୟ ସରକାରଙ୍କ ନ୍ୟାୟ ନ୍ୟାୟ ପ୍ରଦାନରେ ବିଫଳତାକୁ ଜଳଜଳ କରି ଦେଖାଇଦେଉଛି। ଯୌନ ନିର୍ଯାତନା ଭଳି ସଙ୍ଗୀନ ଘଟଣାରେ ବି ରାଜ୍ୟ ସରକାରଙ୍କ ବ୍ୟବସ୍ଥା କିପରି ଜଣେ ଛାତ୍ରୀକୁ ଆତ୍ମାହୂତି ପାଇଁ ବାଧ୍ୟ କରିଥିଲା ତାହା ଆଜି ସାରା ଓଡ଼ିଶା ଦେଖୁଛି। ପ୍ରଥମେ ନ୍ୟାୟ ପାଇଁ ଆଉ ଏହାପରେ ଜୀବନ ଯୁଦ୍ଧରେ ସଂଗ୍ରାମ କରି କିପରି ସୌମ୍ୟାଶ୍ରୀ ହାରିଗଲା ତାହା ରାଜ୍ୟବାସୀଙ୍କୁ ବିଚଳିତ କରୁଛି।
ଗତକାଲି ବିଳମ୍ବିତ ରାତ୍ରୀରେ ଭୁବନେଶ୍ବର ଏମ୍ସରେ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ହେବା ପରେ ଆଜି ସକାଳେ ଭୋଗରାଇର ପଳାସିଆରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତେବେ ଏହି ଘଟଣାକୁ ନେଇ ସାରା ରାଜ୍ୟ ଦୁଃଖରେ ଭାଙ୍ଗିପଡିଥିବା ନିମାପଡ଼ା ଛାତ୍ର ବିଜେଡ଼ି ବିକ୍ଷୋଭ ପ୍ରଦର୍ଶନ କରିଛି । ନିମାପଡ଼ା ଦୋଳ ବେଦି ଛକ ଠାରେ ଛାତ୍ର ବିଜେଡ଼ି ଏବଂ ଶତାଧିକ ବିଜେଡ଼ି କର୍ମୀ ଓ ରାଜନୈତିକ ନେତ୍ରୃବ୍ରୁନ୍ଦ ରାସ୍ତା ଉପରେ ଟାୟାର ଜାଳି ରାସ୍ତାରୋକ କରିଥିବା ସହିତ ଏହି ଘଟଣାକୁ ଦୃଢ଼ ନିନ୍ଦା କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

















Leave a Reply