ନିମାପଡ଼ା, ତା. ୪/୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ରାଜୀବ କେନ୍ଦ୍ର ଇଣ୍ଡୋର ଷ୍ଟାଡିୟମରେ ଗତ ୨ ଅଗଷ୍ଟ ୨୦୨୬ ତାରିଖରେ ଆୟୋଜିତ ୪ର୍ଥ ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ନିମାପଡ଼ାର ଅମିତ ଟାଇକୋଣ୍ଡୋ ସଂଘର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।
ପ୍ରତିଯୋଗିତାରେ ସଂଘର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ମୋଟ ୫ଟି ସ୍ୱର୍ଣ୍ଣ ପଦକ ଜିତି ନିମାପଡ଼ା ଓ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସ୍ୱର୍ଣ୍ଣ ପଦକ ବିଜେତାମାନେ ହେଲେ ରୁଦ୍ରାଶୁ ବେହେରା, ଜସପ୍ରିତୀ ମହାନ୍ତି, ସୋନମ ପ୍ରିୟଦର୍ଶିନୀ ପ୍ରଧାନ ଓ ଆର୍. ଇସିପିତା ପ୍ରିୟଦର୍ଶିନୀ। ସେମାନଙ୍କ ଏହି ସଫଳତା ସ୍ଥାନୀୟ କ୍ରୀଡ଼ାଜଗତରେ ଆନନ୍ଦର ପରିବେଶ ସୃଷ୍ଟି କରିଛି।
ଏହି ସଫଳତା ପାଇଁ ଖେଳାଳିମାନଙ୍କ ସହ ପ୍ରଶିକ୍ଷକ ଅମିତ କୁମାର ରାଉତଙ୍କୁ ବିଭିନ୍ନ କ୍ରୀଡ଼ା ସଂଗଠନ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶା ରୟାଲ ଟାଇକୋଣ୍ଡୋର ସଭାପତି ମିମାଂଶୁ ଶେଖର ପ୍ରଧାନ, ରୂପ ରଞ୍ଜନ ବେହେରା, ନିର୍ମଳ ମିଶ୍ର, ସୁରେଶ ଚନ୍ଦ୍ର ଦାସ, ପ୍ରଶାନ୍ତ ସାହୁ ଏବଂ ମୃତ୍ୟୁଞ୍ଜୟ ଦାସ ପ୍ରମୁଖ ଖେଳାଳି ଓ ପ୍ରଶିକ୍ଷକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ସେମାନଙ୍କ ଭବିଷ୍ୟତରେ ଆହୁରି ସଫଳତା କାମନା କରିଛନ୍ତି।
ଜାତୀୟ କରାଟେ ପ୍ରତିଯୋଗିତାରେ ନିମାପଡ଼ା ଖେଳାଳିଙ୍କ ଚମତ୍କାର ସଫଳତା; ୫ଟି ସ୍ୱର୍ଣ୍ଣ ପଦକ ହାସଲ



















Leave a Reply