ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ା ଡିଏଭି ପବ୍ଲିକ ସ୍କୁଲରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ନିମାପଡ଼ା, ୨୯/୦୮/୨୦୨୬ (ବିଭୁତି TV):
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନିମାପଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଜାତୀୟ କ୍ରୀଡ଼ା ଦିବସ ଉତ୍ସାହ ଓ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଏମ୍. ଏମ୍. ହକ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଜର ଧ୍ୟାନଚାନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ପ୍ରାରମ୍ଭରେ ବିଦ୍ୟାଳୟର କ୍ରୀଡ଼ା କ୍ଲବ୍‌ର ସମ୍ପାଦିକା ସାଇ ସୋନାକ୍ଷୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନିଜ ଅଭିଭାଷଣରେ ବିଦ୍ୟାଳୟର ଅଧ୍ୟକ୍ଷ ଏମ୍. ଏମ. ହକ୍ କହିଥିଲେ ଯେ, କ୍ରୀଡ଼ା କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ମାନସିକ ଦୃଢ଼ତା, ଏକାଗ୍ରତା ଓ ଆତ୍ମବିଶ୍ୱାସ ବୃଦ୍ଧି କରେ। ଖେଳ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ସହଯୋଗ ଓ ଦଳଗତ ଭାବେ କାର୍ଯ୍ୟ କରିବାର ଗୁଣ ବିକଶିତ ହୋଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଭାବେ ବିଦ୍ୟାଳୟ ପକ୍ଷରୁ ଇଣ୍ଟର-ହାଉସ୍ ଚେସ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ବିଜେତା ଉପମନ୍ୟୁ କକ୍ଷ୍ୟ ର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀମାନେ ଆକର୍ଷଣୀୟ ଜୁମ୍ବା ନୃତ୍ୟ ପରିବେଷଣ କରି ଉପସ୍ଥିତ ସମସ୍ତଙ୍କ ମନ ମୋହିଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ଇଂରାଜୀ ଶିକ୍ଷୟିତ୍ରୀ ଏମ୍. ନସରିନ୍ ସୁଚାରୁ ଭାବେ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶୁଭମ୍ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *