ନିମାପଡ଼ା, ୦୪/୧୦ (ବିଭୂତି ଟିଭି):ଆନ୍ତର୍ଜାତୀୟ ଅହିଂସା ଦିବସ ପାଳନ ଅବସରରେ ଏବଂ ପୁରୀ NCC ବାଟାଲିଅନ୍ର ନିର୍ଦ୍ଦେଶକ୍ରମେ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର NCC ପକ୍ଷରୁ ପୋଷ୍ୟଗ୍ରାମ ନୁହାରକିରିରେ ଏକ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ନୁହାରକିରିସ୍ଥିତ ମା’ ମଙ୍ଗଳା ମନ୍ଦିର ପ୍ରାଙ୍ଗଣ, ଗ୍ରାମେଶ୍ୱର ଦେବ ପୀଠକୁ ଯାଇଥିବା ରାସ୍ତା ଏବଂ ସାହିର ମୁଖ୍ୟ ରାସ୍ତାରେ ସଫେଇ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟର ୪୦ ଜଣ ବାଳକ ଓ ବାଳିକା NCC କ୍ୟାଡେଟ୍ଙ୍କ ସହିତ CTO ପ୍ରେମରାଜ ଗହୀର ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ରବୀନ୍ଦ୍ର ନାଥ ପାଢ଼ୀଙ୍କ ଦ୍ୱାରା ଏହି ସଫେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରାଯାଇଥିଲା। ପରେ ମହାବିଦ୍ୟାଳୟ ପରିସରରେ ମଧ୍ୟ ‘ସ୍ୱଚ୍ଛ ଭାରତ ଅଭିଯାନ’ ସମ୍ପର୍କିତ ସ୍ଲୋଗାନ ଦେଇ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା।
ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱ ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। NCC କ୍ୟାଡେଟ୍ମାନଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ NCC ପକ୍ଷରୁ ସଫେଇ କାର୍ଯ୍ୟକ୍ରମ



















Leave a Reply