ନିମାପଡା(BT )୧୫/୦୯/୨୬-ପିଲାମାନଙ୍କୁ ଆମ ସଂସ୍କୃତି ଓ ପରମ୍ପରା ବିଷୟରେ ଅବଗତ କରାଇବା ପାଇଁ ଆଜି ସ୍ଥାନୀୟ ଅଗ୍ରଣୀ କଳା ଅନୁଷ୍ଠାନ ସାରଦା ଆର୍ଟ ଏକାଡେମୀ ପକ୍ଷରୁ ନୂଆଖାଇ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ଗଳ୍ପ କବିତା ପାଠ, ଚିତ୍ରାଙ୍କନ,ଆମ ସଂସ୍କୃତି ସମ୍ବଦ୍ଧିୟ ବକୃତା ଆଦି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରେ ଅନୁଷ୍ଠାନ ର ପ୍ରତିଷ୍ଠାତା ସାରଦା ପ୍ରସନ୍ନ ବେହେରା ଙ୍କ ସଂଯୋଜନା ରେ ଆୟୋଜିତ ସମାରୋହ ରେ ବାନରସେନା ର ସମ୍ପାଦକ ଶିକ୍ଷାବିତ ପ୍ରକାଶ ଖଟୋଇ,ଜାତୀୟ ପୁରସ୍କାର ପ୍ରାପ୍ତ ପାଟଚିତ୍ର ଶିଳ୍ପୀ ଶରତ ଚନ୍ଦ୍ର ପ୍ରଧାନ, ଲିଟିଲ ଷ୍ଟାର ଗ୍ରୁପ ଓ ମୋ ଆଶା ର ସମ୍ପାଦକ ସୁମନ୍ତ ମହାରଣା,ପିଙ୍ଗଳାକ୍ଷୀ ୱେଲଫାର ସଂସ୍ଥା ର ସଭାପତି ଗଗନ ବିହାରୀ ଦାସ ପ୍ରମୁଖ ଯୋଗ ଦେଈ ଆମର ମହାନ ସଂସ୍କୃତି ଓ ପରମ୍ପରା ଉପରେ ଆଲୋକ ପାତ କରିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ପକ୍ଷରୁ ପ୍ରଜ୍ଞା ପାରମିତା ପରିଡା, ବିଭୁତି ପ୍ରସାଦ ବେହେରା , ଶୁଭେନ୍ଦୁ ପରିମାଣିକ, ଆଶୁତୋଷ, ସତ୍ୟ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।
ନିମାପଡା ରେ ନୂଆଖାଇ ଉତ୍ସବ



















Leave a Reply