ନିମାପଡ଼ା(BT)-ନିମାପଡ଼ା ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୩୧ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ ସ୍ଥାନୀୟ ସାଇଲୋଟସ୍ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ସୁଦର୍ଶନ ଭୋଇ, ଶିକ୍ଷାବିତ୍ ଯୁଧୁଷ୍ଠିର ମହାପାତ୍ର, ଶିକ୍ଷାବିତ୍ ପ୍ରଭାସଚନ୍ଦ୍ର ମହାନ୍ତି, ସମାଜ ସେବୀ ଅକ୍ଷୟ କୁମାର ସାହୁ, ସତ୍ୟଭୂଷଣ ସ୍ବାଇଁ, ଶିକ୍ଷା କେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟ ନିର୍ମଳା ଓଝା, ପରିଚାଳନା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ଆଜିର ଛାତ୍ର ସମାଜ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇବା ସହ ଭବିଷ୍ୟତରେ ଭଲ ମଣିଷ ହେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ଵ ହାସଲ କରିଥିବା ପ୍ରାୟ ୧୫୦ଜଣ କୃତୀ ଛାତ୍ର ଛାତ୍ରୀ ଙ୍କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ।
ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୩୧ତମ ବାର୍ଷିକୋତ୍ସବ



















Leave a Reply