ନିମାପଡ଼ା (BT)ପୁରୁଷୋତ୍ତମ ମହାପ୍ରଭୁ ଶ୍ରୀରାମଙ୍କ ଆବିର୍ଭାବ ଶ୍ରୀରାମ ନବମୀ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ନିମାପଡ଼ା ବିଶ୍ୱହିନ୍ଦୁ ପରିଷଦ ଶ୍ରୀରାମ ନବମୀ ମହୋତ୍ସବ ସମିତି ପକ୍ଷରୁ ଭାରତବର୍ଷର ରାଷ୍ଟ୍ର ଦେବତା, ଶୁଦ୍ଧତା ଓ ନିଷ୍ଠାର ପ୍ରତୀକ ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମ ମହୋତ୍ସବ ମହା ଆଡମ୍ବର ସହକାରେ ଆୟୋଜିତ ହୋଇଥିଲା। ପୂର୍ବଦିନ ରାତ୍ରୀରୁ ହାଟଛକଠାରୁ ଦୋଳବେଦୀ ଛକ, ଜୟଶ୍ରୀଛକ ପର୍ଯ୍ୟନ୍ତ ପ୍ରତ୍ୟେକ ଘର, ବ୍ୟବସାୟ ଅନୁଷ୍ଠାନ ସମ୍ମୁଖରେ ଗୈରିକ ପତାକା ଲଗାଯାଇ ଥିବାବେଳେ ପ୍ରାତଃରୁ ପ୍ରତି ଘର ସମ୍ମୁଖରେ କଳସ ସ୍ଥାପନ କରାଯାଇଥିଲା। ସ୍ଥାନୀୟ ଜଇନାବାଦ ଶ୍ରୀରାମ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇ ମହାପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିରେ ଅର୍ପଣ କରାଯିବାପରେ ପୁର୍ଣ୍ଣେଶ୍ୱରୀ ଙ୍କ ମନ୍ଦିର ନିକଟରୁ ଅପରାହ୍ନ ୪ ଟାରେ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ବଡ଼ବଜାର, ଦୋଳବେଦୀ ଛକ, ଜୟଗୁରୁ ଆଶ୍ରମ ଛକ, ମୁଖ୍ୟରାସ୍ତା ଅତିକ୍ରମ କରି ଜୟଶ୍ରୀ ଛକ ଶ୍ରୀରାମ ମଣ୍ଡପ ନିକଟରେ ପହଞ୍ଚିଥିଲା। ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ, ମାତା ସୀତା ଏବଂ ବଜରଙ୍ଗବାଲିଙ୍କ ବେଶ ହୋଇ କୁନିକୁନି ପିଲାମାନଙ୍କୁ ଏକ ସୁସଜ୍ଜିତ ରଥରେ ବସାଇ ଅଞ୍ଚଳ ପରିକ୍ରମା କରାଯାଇଥିଲା। ଅଞ୍ଚଳର ସମସ୍ତ ମନ୍ଦିର ପୂଜକ, ମଠାଧୀଶ, ସାଧୁସନ୍ଥମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସହିତ ଅଞ୍ଚଳର ସମସ୍ତ ଝାଡ଼ୁଦାର, ମେଡିକାଲର ସେବିକାମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କ କରାଯାଇଥିଲା। ଜାତି, ବର୍ଣ୍ଣ, ଦଳମତ ନି ର୍ବି ଶେଷରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଜୟ ଶ୍ରୀରାମ, ଜୟ ହନୁମାନ ଧ୍ଵନୀରେ ପ୍ରକମ୍ପିତ ହୋଇଥିଲା। ଏହି ଅବସରରେ ନିମାପଡ଼ାର ଅଗ୍ରଣୀ ସ୍ଵେଚ୍ଛ ସ୍ୱଚ୍ଛାସେବୀ ଅନୁଷ୍ଠାନମନେ ଯଥା ନୟା ସବେରା, ସେଲ୍ଫ ଏମ୍ପାୱାରମେଣ୍ଟ ରମେଣ୍ଟ ଏବଂ ଓଡ଼ିଶା ଜନ କଲ୍ୟାଣ ସଂଗଠନ ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦହି ସର୍ବତ, ଲେମ୍ବୁ ପାଣି, ବୁନ୍ଦି ଭୋଗ ବଣ୍ଟନ କରାଯାଇଥିଲା।
ନିମାପଡ଼ାରେ ଶ୍ରୀରାମ ନବମୀ ମହୋତ୍ସବ ମହା ସମାରୋହରେ ପାଳିତ


















Leave a Reply