ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ଲହରୀକୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ବର, ୨୨।୯ : ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ‘ଲହରୀ’କୁ ପ୍ରଦାନ କରାଯାଇଛି। ଗୁଜୁରାଟର ଏକତା ନଗରଠାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଓ ପ୍ରଯୋଜକ ଝିଲିକ୍ ଭଟ୍ଟାଚାର୍ଯ୍ୟ ଏହି ପୁରସ୍କାର ଗ୍ରହଣ କରିଥିଲେ। ‘ଲହରୀ’  ହେଉଛି ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ପ୍ରଶଂସିତ ଓଡ଼ିଆ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରଟି ଓଡ଼ିଶାର ମାଟି, ପରମ୍ପରା, ଏବଂ ମାନବୀୟ ସମ୍ପର୍କର ଏକ ସୁନ୍ଦର ମିଶ୍ରଣ। ଏହି ଚଳଚ୍ଚିତ୍ରକୁ ଓଲିଉଡର ଜଣାଶୁଣା ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ପ୍ରଯୋଜନା କରିଥିବା ବେଳେ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ଦୀପନ୍ୱିତ ଦାଶ ମହାପାତ୍ର ଏବଂ ସ୍ୱସ୍ତିକ ଚୌଧୁରୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।ଏଥିରେ ଓଡ଼ିଶାର ଗ୍ରାମୀଣ ପରିବେଶ, ବାପା-ପୁଅଙ୍କ ସମ୍ପର୍କର କାହାଣୀ, ବନ୍ଧୁତ୍ୱ ଏବଂ ଗାଁରେ ‘ଇକୋ-ଟୁରିଜିମ୍’ ମାଧ୍ୟମରେ ଲୋକଙ୍କ ବିକାଶକୁ ଖୁବ୍ ସୁନ୍ଦର ଭାବେ ଦର୍ଶାଯାଇଛି।ଏହି ଚଳଚ୍ଚିତ୍ରଟି କେବଳ ଓଡ଼ିଶାରେ ନୁହେଁ, ବରଂ ‘ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ଣ୍ଣ‘ (IFFM) ଭଳି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ବେଶ୍ ପ୍ରଶଂସିତ ହୋଇଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *