ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଅଗଷ୍ଟ ମାସ ୨ ତାରିଖରେ ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗୀତା ରେ ଅମିତ୍ ଟାଇକୋଣ୍ଡୋ ଆସୋସିଏସନ୍ ପକ୍ଷରୁ ୪ ଜଣ କରାଟେ ପ୍ରତିଯୋଗୀ ବିଶାଖାପାଟଣା ଯିବେ  ।

ନିମାପଡ଼ା (BT): ନିମାପଡ଼ା କରାଟେ ଖେଳାଳୀଙ୍କୁ ଜାତୀୟ ସ୍ତରକୁ ଚୟନ କରାଯାଇଛି । ବିଶାଖାପାଟଣା ର ରାଜୀବ କ୍ରୀଡ଼ା ପ୍ରାଙ୍ଗଣ ଠାରେ ଚଳିତ ଅଗଷ୍ଟ ମାସ ୨ ତାରିଖରେ ଚତୁର୍ଥ ଜାତୀୟ ସ୍ତରୀୟ କରାଟେ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗୀତା କୁ ଅମରପାଣି ଆନ୍‌ସିଏଂଟ୍ ସୋଟ୍‌କନ୍‌ ଆସୋସିଏସନ୍ ପରିଚାଳନା କରୁଛନ୍ତି। ଏହି ପ୍ରତିଯୋଗୀତା ପାଇଁ ଅମିତ୍ ଟାଇକୋଣ୍ଡୋ ଆସୋସିଏସନ୍ ପକ୍ଷରୁ ୪ ଜଣ କରାଟେ ପ୍ରତିଯୋଗୀ ମନୋନୀତ ହେଉଛନ୍ତି । ଏହି ପ୍ରତିଯୋଗୀତାରେ ଉପ କନିଷ୍ଠ ଓ ବରିଷ୍ଠ ବର୍ଗର ମହିଳା ଓ ପୁରୁଷ ଭାଗ ନେବେ । ରୁଦ୍ରାଂଶୁ ବେହେରା, ସୋନମ ପ୍ରିୟଦର୍ଶିନୀ ପ୍ରଧାନ, ଯଶପ୍ରୀତ୍ ମହାନ୍ତି ଏବଂ ଆର୍ ଇପ୍‌ସିତା ପ୍ରିୟଦର୍ଶିନୀ ଏହି ପ୍ରତିଯୋଗୀତାରେ ଭାଗ ନେଇଥିବା ମୁଖ୍ୟ ପ୍ରଶିକ୍ଷକ ଅମିତ କୁମାର ରାଉତ ପ୍ରକାଶ କରିଛନ୍ତି। ଅମିତି କୁମାର ରାଉତ ଓ ପରିଚାଳକ ରୂପ ରଂଜନ ବେହେରା ଙ୍କ ନେତୃତ୍ବରେ ବିଶାଖାପାଟଣା ଗସ୍ତ କରିବେ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *