ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଲିଟିଲ ଷ୍ଟାର ଗ୍ରୁପ ର ଶିଶୁ ପ୍ରତିଭା ଉତ୍ସବ ଆମ ପ୍ରତିଭା ହିଁ ଆମ ଭବିଷ୍ୟତ ଗଢେ

ନିମାପଡା-ପିଲାମାନଙ୍କ ସୃଜନ କଳାର ପରିପ୍ରକାଶ ଓ ସେମାନଙ୍କ ଲୁକାୟିତ ପ୍ରତିଭାକୁ ଉନ୍ମୋଚନ ନିମନ୍ତେ ଅଗ୍ରଣୀ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ଆୟୋଜିତ ୨୫ତମ ଶିଶୁ ପ୍ରତିଭା ଉତ୍ସବ ଆଜି ଉଦଯାପିତ ହୋଇ ଯାଇଛି. ଏହି କାର୍ଯ୍ୟକ୍ରମ ଦୀର୍ଘ ଏକ ମାସରୁ ଉର୍ଦ୍ଧ ଦିନ ହେବ ଓଡିଶା ର ବିଭିନ୍ନ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା.ଗ୍ରୁପ ପକ୍ଷରୁ ପ୍ରକାଶ ପାଉଥିବା ‘ମୋ ଆଶା’ପତ୍ରିକା କୁ ନେଇ ଗଳ୍ପ ପଠନ,କବିତା ଆବୃତ୍ତି,ଚିତ୍ରାଙ୍କନ ଓ ସୃଜନ ରଚନା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଆଜି ନିମାପଡା ସାରଦା ଆର୍ଟ ଏକାଡେମୀ ଠାରେ ଆୟୋଜିତ ଉଦଯାପନୀ ସମାରୋହରେ ସମ୍ପାଦକ ସୁମନ୍ତ ମହାରଣା ଙ୍କ ସଂଯୋଜନା ରେ ଶିକ୍ଷାବିତ ଡ଼.ପ୍ରଣବ ସ୍ୱାଇଁ,ଡ଼.ରବୀନ୍ଦ୍ର ନାଥ ପାଢ଼ୀ,କଳା ଶିକ୍ଷକ ସାରଦା ପ୍ରସନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କ ପ୍ରତିଭା କୁ ବେଶ ପ୍ରଶଂସା କରିଥିଲେ.ନିଜ ନିଜର ପ୍ରତିଭା ବଳରେ ନିଜକୁ ଗଢିବା ପାଇଁ ପରାମର୍ଶ ଦେବା ସହ ଆମ ଅନ୍ତର୍ନିହିତ ପ୍ରତିଭା ହିଁ ଆମ ଭବିଷ୍ୟତ ଗଢେ ବୋଲି ମତ ପ୍ରକାଶ କରିଥିଲେ.କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶା ର ବିଭିନ୍ନ ବିଦ୍ୟାଳୟ ର ବହୁ ଆଗ୍ରହୀ ଛାତ୍ର ଛାତ୍ରୀ ଙ୍କୁ ସାମିଲ କରାଯାଇଥିବା ଗ୍ରୁପ ର ସମ୍ପାଦକ ସୁମନ୍ତ ମହାରଣା ସୂଚନା ଦେଇଛନ୍ତି|

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *