ପ୍ରତିଭା ନିଜେ ଏକ ଅନନ୍ୟ ଦେଖା ଦେଇଥାଏ, ଯାହା ଶିଶୁମାନଙ୍କ ମନୋବୃତ୍ତିକୁ ପ୍ରେରିତ କରେ। ଏହି ସନ୍ଦର୍ଭରେ, ତନ୍ମୟ ଦାସ ଏକ ଉଦାହରଣ । ପିତା ଭକ୍ତ ରଞ୍ଜନ ଦାସ ଓ ମାତା ସୁନୀତା ମହାନ୍ତିଙ୍କର ଏକମାତ୍ର ସୁଯୋଗ୍ୟ ସନ୍ତାନ ଅଟନ୍ତି। ସ୍ଥାନୀୟ ନିମାପଡ଼ା ସ୍ଥିତ ଅମଲାପଡ଼ାରେ ତାଙ୍କର ବାସଭବନ ଅଟେ। ସେ ନିମାପଡା ସ୍ଥିତ ଡି.ଏ.ଭି. ପବ୍ଲିକ ସ୍କୁଲର ଦଶମ ଶ୍ରେଣୀର ଛାତ୍ର ଅଟନ୍ତି।
ଚିତ୍ର ହେଉଛି ଏପରି ଏକ ଭାଷା, ଯାହା କେବଳ ଆଖି ଦ୍ଵାରା ଦେଖାଦିଏ, କିନ୍ତୁ ହୃଦୟରେ ଅନୁଭବ ହୁଏ। ଏହି ଭାଷାକୁ ଅତ୍ୟନ୍ତ ସୁନ୍ଦର ଭାବରେ ବ୍ୟକ୍ତ କରିପାରୁ ଥିବା ତନ୍ମୟ ଦାସ , ଏକ ଉଦୟମାନ ଓ ଅତ୍ୟନ୍ତ ପ୍ରତିଭାଶାଳୀ ଶିଶୁ ଚିତ୍ରଶିଳ୍ପୀ। ତନ୍ମୟଙ୍କର ଚିତ୍ରାଙ୍କନ ପ୍ରତି ଆଗ୍ରହ ୬ ବର୍ଷ ବୟସରୁ ଆରମ୍ଭ ହୋଇଥିଲା । ଖେଳବେଳେ ତାଙ୍କ ହାତରେ ଖେଳନା ଠାରୁ ଅଧିକ ଥିଲା ରଙ୍ଗ ଓ ପେନ୍ ସିଲ୍। ସେ ଅନେକ ସମୟରେ ଗଛ , ପକ୍ଷୀ, ପ୍ରାକୃତିକ ଦୃଶ୍ୟ ଓ ଦୈନନ୍ଦିନ ଘଟଣା ସହିତ ଶିକ୍ଷଣୀୟ ବିଷୟଗୁଡିକୁ ସେ ନିଜ ତୂଳୀରେ ଆଙ୍କିଥାନ୍ତି।
ନିଜର କଳା ଶିକ୍ଷକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ବେହେରାଙ୍କ ନେତୃତ୍ବରେ ସେ ନିଜର ଚିତ୍ରକଳାକୁ ବିଭିନ୍ନ ରୂପରେ ଆଙ୍କିଥାନ୍ତି।
ତନ୍ମୟ ଅନେକ ଚିତ୍ରାଙ୍କନ ପ୍ରତିଯୋଗିତାରେ ସାମିଲ ହୋଇ ଜିଲ୍ଲା, ରାଜ୍ୟ ତଥା ଜାତୀୟ ଓ ଅନ୍ତର୍ଜାତୀୟ ଶିଶୁ କାଳରେ ନିଜର ପ୍ରତିଭା ଦେଖାଇଛନ୍ତି । ସେ –
•ପରିବେଶ ଦିବସ ଅବସରରେ ଭାରତ ସରକାରଙ୍କ JNU ବିଶ୍ୱବିଦ୍ୟାଳୟ ଏବଂ ପରିବେଶ, ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ •(MoEF&CC) ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରତିଯୋଗିତାରେ 5 ଜୁନ 2024 ରେ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି।
•୭ ଅକ୍ଟୋବର ୨୦୨୪ରେ ବ୍ରିସବେନସ୍ଥିତ କନସୁଲେଟ୍ ଜେନେରାଲ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ “ସ୍ୱଚ୍ଛତା” ସେବା ୨୦୨୪ ଶୀର୍ଷକରେ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଛନ୍ତି।
•୪ ମାର୍ଚ୍ଚ ୨୦୨୫ରେ ଏନର୍ଜି କୋ ଅବସରରେ ଭାରତ ସରକାରଙ୍କ JNU ବିଶ୍ୱବିଦ୍ୟାଳୟ ଏବଂ ପରିବେଶ, ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEF&CC) ଦ୍ୱାରା ଆୟୋଜିତ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି।
•TPCODL ଦ୍ୱାରା ଆୟୋଜିତ “ମୋ ଓଡ଼ିଶା, ଭାରତର ଗୌରବ ପ୍ରତିଯୋଗିତା” ବିଷୟବସ୍ତୁ ଉପରେ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଦ୍ୱିତୀୟ ପୁରସ୍କାର ଏବଂ 2000 ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି।
•ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ MINISTRY ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ତୃତୀୟ ପୁରସ୍କାର ଏବଂ ₹3000/- ନଗଦ ପୁରସ୍କାର ପ୍ରଦାନ କରାଯାଇଛି।
•2022 ମସିହାରେ ଶକ୍ତି ସଂରକ୍ଷଣ ଉପରେ NTPC ଚିତ୍ରକଳା ପ୍ରତିଯୋଗିତାରେ ସାନ୍ତ୍ୱନା ପୁରସ୍କାର ବିଜେତାମାନଙ୍କ ମଧ୍ୟରୁ ଜଣେ ହୋଇଥିବାରୁ ₹10000 ନଗଦ ପୁରସ୍କାର ପ୍ରଦାନ କରାଯାଇଛି।
•2023 ମସିହାରେ ଶକ୍ତି ସଂରକ୍ଷଣ ଉପରେ NTPC ଚିତ୍ରକଳା ପ୍ରତିଯୋଗିତାରେ ମନୋନୀତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହୋଇଥିବାରୁ ତାଙ୍କୁ ₹2000 ଟଙ୍କାର ନଗଦ ପୁରସ୍କାର ପ୍ରଦାନ କରାଯାଇଛି।
•”ନିଶା ସଚେତନତା” ବିଷୟବସ୍ତୁ ଅଧୀନରେ PPWO ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଛନ୍ତି।
ଏହା ବ୍ୟତୀତ ସେ ୫୩ଟା ଜିଲ୍ଲାସ୍ତରୀୟ ଓ ଅଞ୍ଚଳସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ ହେଇସାରିଛନ୍ତି।
ସେ ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ଓ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ମଧ୍ୟ ପୁରସ୍କୃତ ହୋଇଛନ୍ତି।
ଚିତ୍ରକଳା ବ୍ୟତୀତ ସେ ପାଠ ପଢା ଓ ଗଳ୍ପ, କବିତା ଲେଖନ ଓ ବକୃତା ରେ ମଧ୍ୟ ରୁଚି ରଖନ୍ତି । ତାଙ୍କ ମତରେ ମୁଁ ଚିତ୍ରାଙ୍କନ ମାଧ୍ୟମରେ ମୋ ଭିତରର ଭାବକୁ ରଙ୍ଗ ଦ୍ଵାରା ପରିପ୍ରକାଶ କରିବାକୁ ଭଲ ପାଏ। ଏହା ମୋ ପାଇଁ ଏକ ଆନନ୍ଦ ଓ ଶାନ୍ତିର ଅନୁଭୂତି।
ତାଙ୍କର କଳା ଓ ସୃଜନାମକ ଦେଖି ଶିକ୍ଷକ, ଅଭିଭାବକ ଓ ନିକଟସ୍ଥ ମାନେ ଭରି ଗର୍ବିତ। ନିଜ ବିଦ୍ୟାଳୟରେ ସେ ଜଣେ ଆଦର୍ଶ ଛାତ୍ର ରୂପେ ମଧ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ପ୍ରିୟ ଅଟନ୍ତି।
ଭବିଷ୍ୟତରେ ତାଙ୍କର ଏହି ପ୍ରତିଭାକୁ ଆଉ ଉଚ୍ଚସ୍ତରକୁ ନେବା ପାଇଁ ତନ୍ମୟ ଦୃଢ ପ୍ରତିଶ୍ରୁତ।ତାଙ୍କର ଏହି ସଫଳତା ଅନ୍ୟ ଶିଶୁମାନଙ୍କ ପାଇଁ ଏକ ପ୍ରେରଣା ସୂତ୍ର। ତାଙ୍କ ପ୍ରତିଭା ପ୍ରତି ଆମ ଅଭିନନ୍ଦନ ଓ ଭବିଷ୍ୟତ ପାଇଁ ଅନେକ ଶୁଭେଚ୍ଛା।



















Leave a Reply