ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

କାଳି ଓ କଳା ସବୁ କିଛି ଏକାଠି.

ତୁମେ ଶୋଇଗଲା ପରେ
ସବୁକିଛି ଶୂନ- ଶାନ
ଲକ୍ଷାଧିକ ତାରା ଙ୍କ ଆଖି କୋଣେ
ନିଦର ଢାଙ୍କୁଣୀ
ଏ ଦେଖ କେମିତି ଅନ୍ଧାର ରାତି
ତା ଅନ୍ଧାର ସାଥି ସହ ଚୁପ ଚୁପ
କଥା ହୁଏ
ନିଜ ମନ କଥାକୁ ସାଇତି ରଖି
ଅନ୍ଧାରୁଆ ଫରୁଆ ରେ
ପ୍ରତିଶୃତି ର ପ୍ରତିଟି
ଅଣୁକଣିକାରେ
କେଵେ ତୁମ ନାଆଁ ଲେଖି
ସାଉଁଣ୍ଟି ନେଉଛି,
ଅନ୍ଧାରରୁ ଢେର ଅନ୍ଧାର.
ଯେଉଁଠି କାଳି ଓ କଳା
ସବୁକିଛି ଏକାଠି………
ଶୂନ୍ୟତାର ପରିଧି ଡେଇଁ ବାକୁ
କିଏ ଦେଉଛି ସହମତି???

ଶଶଧର ପତି
ଚିତ୍ର ଶିଳ୍ପୀ
Mob:- 8144824213

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *