କବିତା, ସଙ୍ଗୀତ, ନୃତ୍ୟ ଓ ସମ୍ବର୍ଦ୍ଧନାରେ ମୁଖରିତ କାକଟପୁର
କାକଟପୁର/ପୁରୀ: ମା’ ବିଶ୍ୱବନ୍ଦିନୀ ସାହିତ୍ୟ ସଂସଦ, ନାସିକେଶ୍ୱର, କାକଟପୁର ପକ୍ଷରୁ କାକଟପୁରସ୍ଥିତ ଦୀପ୍ତି ପ୍ୟାଲେସ୍ଠାରେ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବ ‘ଶ୍ରାବଣୀ କନ୍ୟା–୨୦୨୬’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ସାହିତ୍ୟ ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ କବି, ସାହିତ୍ୟିକ, ଲେଖକ, କଳାକାର, ସଙ୍ଗୀତଜ୍ଞ ଓ ସଂସ୍କୃତିପ୍ରେମୀ ଯୋଗଦେଇଥିଲେ। ସାହିତ୍ୟ ସଭା, କବିତା ପାଠ, ସଙ୍ଗୀତ, ନୃତ୍ୟ ଏବଂ ସମ୍ବର୍ଦ୍ଧନା ପର୍ବ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା।
ବିଶିଷ୍ଟ ଅତିଥିଙ୍କ ଯୋଗଦାନ
କାର୍ଯ୍ୟକ୍ରମରେ ସଭାମୁଖ୍ୟ ଭାବେ ବିଶିଷ୍ଟ ସଂସ୍କୃତି ଗବେଷକ ଶ୍ରୀ ଜାନକୀନାଥ ବଡ଼ପଣ୍ଡା ଯୋଗଦେଇଥିଲେ। ମୁଖ୍ୟଅତିଥି ଭାବେ ଡ଼. ବଟକିଶୋର ରାୟ, ପ୍ରତିଷ୍ଠାତା ଓ କୁଳସଚିବ, ଆଇ.ଟି., ଭୁବନେଶ୍ୱର ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଗୀତା ତତ୍ତ୍ୱବିତ୍ ତଥା ଅଧ୍ୟାପକ ଶ୍ରୀ ପ୍ରଶାନ୍ତ କୁମାର ଶତପଥୀ ଉପସ୍ଥିତ ଥିଲେ।
ବରେଣ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରୋଟାରିଆନ ଆଲୋକ କୁମାର ସାହୁ, ବିଶିଷ୍ଟ ଅତିଥି ଭାବେ ପ୍ରତିଷ୍ଠିତ ଶିକ୍ଷାବିତ୍, କବି ଓ ସମାଜସେବୀ ଡ଼. ସୌଦାମିନୀ ଦାସ ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀ ତପନ ନାୟକ ଓ ଡ଼. ଅଶୋକ କୁମାର ଶତପଥୀ ଯୋଗଦେଇଥିଲେ।
ସେହିପରି ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ବ୍ୟଙ୍ଗକବି ଶ୍ରୀ ସତ୍ୟା ନାଶ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ଇଂ. ଡ଼. ପାର୍ଥ ସାରଥୀ ପାଣିଗ୍ରାହୀ, ଶିକ୍ଷାବିତ୍, କବି ଓ ପ୍ରବନ୍ଧକ ଶ୍ରୀ ସୁବାସ ଚନ୍ଦ୍ର ପ୍ରଧାନ, ପ୍ରବର୍ତ୍ତିକା ଶ୍ରୀମତୀ ଗୋଲାପ ସାହୁ ଏବଂ ଶିକ୍ଷାବିତ୍ ଓ କବି ଡ଼. ଦୀପ୍ତି କୁମାରୀ ମହାନ୍ତି , ମଞ୍ଚ ପରିଚାଳନା ଗାୟକ ଅତିବଡ଼ି ଶ୍ରୀଯୁକ୍ତ ମଙ୍ଗରାଜ ବିଶ୍ଵାଳ , ସମାଜ ସେବୀ ସୁଶାନ୍ତ କୁମାର ଶତପଥୀ, ସମାଜ ସେବୀ ମାନବାଧିକାର କର୍ମୀ ଶ୍ରୀଯୁକ୍ତ ନୃସିଂହ ଚରଣ ମାନସିଂହ ଶେଷରେ କବି ଡ଼.ପ୍ରବୀଣ କୁମାର ସୁବୁଦ୍ଧି ପ୍ରମୁଖ ଯୋଗଦେଇଥିଲେ।
ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ସଂଗଠନର ମୁଖ୍ୟ ବ୍ୟଙ୍ଗ କବି ଡ. ସମ୍ପଦ ରଥ ସମ୍ପାଦକ , ଶିକ୍ଷାବିତ୍ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଷଡଙ୍ଗୀ ସଭାପତି ଙ୍କ ପରିଚାଳନାରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।
ଉତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରର ପ୍ରତିଭାବାନ କବି, ସାହିତ୍ୟିକ, କଳାକାର, ଶିକ୍ଷାବିତ୍, ସମାଜସେବୀ ଓ ସ୍ୱେଚ୍ଛାସେବୀଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।
ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା ଯେ, ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିର ପ୍ରଚାର-ପ୍ରସାର ସହ ନୂତନ ପିଢ଼ିକୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ।
ସୁଚାରୁ ପରିଚାଳନାରେ ସମ୍ପନ୍ନ ହେଲା କାର୍ଯ୍ୟକ୍ରମ
କାକଟପୁରରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବ ସାହିତ୍ୟ, କଳା ଓ ସଂସ୍କୃତିର ଏକ ଭାବପୂର୍ଣ୍ଣ ମିଳନକ୍ଷେତ୍ର ସୃଷ୍ଟି କରିବା ସହ ସାହିତ୍ୟପ୍ରେମୀଙ୍କ ମନରେ ନୂତନ ଉତ୍ସାହ, ସୃଜନଶୀଳତା ଓ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିଥିଲା।
— ବିଭୂତି TV | ନ୍ୟୁଜ୍ ଡେସ୍କ

















Leave a Reply