ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ସଙ୍ଗମ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଅକ୍ଷୟ ମିଳନ ସାହିତ୍ୟ ଉତ୍ସବ

ନିମାପଡ଼ା, (BT)୨୦/୪ ସଙ୍ଗମ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଅକ୍ଷୟ ମିଳନ ସାହିତ୍ୟ ଉତ୍ସବ ୨୦୨୬ ରାଜ୍ୟ ସ୍ତରୀୟ କବି ସମ୍ମିଳନୀ, ସାହିତ୍ୟ ଆଲୋଚନା, ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହରେ ସ୍ଥାନୀୟ ଗ୍ରୀନଲାଣ୍ଡ ମଣ୍ଡପ ରେ ପାଳିତ ହୋଇଯାଇଛି । ସଭାପତି ଗଙ୍ଗାଧର ଓଝା ଙ୍କ ପୌରହିତ୍ୟରେ ଆୟୋଜିତ ଆଜିର ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୦ରୁ ଊର୍ଦ୍ଧ୍ଵ କବି ନିଜର ରଚିତ କବିତା ପାଠ କରିଥିଲେ । ସେହିପରି ସଙ୍ଗୀତ ସର୍ଜନା କଳା ବିକାଶ କେନ୍ଦ୍ରର ଶିଳ୍ପୀମାନ ଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ଏବଂ ପରେ ପରେ ସମ୍ବଲପୁରୀ ନୃତ୍ୟ ପରିବେଷଣ ଯାଇଥିଲା । କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଆୟୋଜିତ ସାହିତ୍ୟ ଆଲୋଚନା ଓ ସମ୍ୱର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ନିମାପଡ଼ା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଭାବେ ନିମାପଡ଼ା ପ୍ରେସ କ୍ଲବର ସଭାପତି ଶ୍ରୀଯୁ ଯୁକ୍ତ ଅକ୍ଷୟ କୁମାର ବେହେରା, ବିଶିଷ୍ଟ ଅତିଥ୍‌ ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ତଥା ପ୍ରାକ୍ତନ ପ୍ରାଧ୍ୟାପକ ଡଃ ବଂଶୀଧର ଷଡ଼ଙ୍ଗୀ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥ୍‌ ଭାବେ ପ୍ରାଚୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ଦିଲ୍ଲୀପ କୁମାର ସେନାପତି, ବ୍ୟଙ୍ଗ କବି ହାସ୍ୟ କୁମୁଦ ଡଃ ସମ୍ପଦ କୁମାର ରଥ, ଜାତୀୟ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ଡଃ ଶରତ କୁମାର ପ୍ରଧାନ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଶୋକ କୁମାର ଶତପଥୀ, ସ୍ତମ୍ଭକାର ଶ୍ରୀଯୁକ୍ତ ଲଳିତେନ୍ଦୁ ପଲାଉରି ପ୍ରମୁଖ ଉପସ୍ଥିତ ରହି ଅକ୍ଷୟ ତୃତୀୟା ତଥା ଓଡ଼ିଆ ଭାଷା ସାହିତ୍ୟ ଉପରେ ବିଷଦ ଆଲୋଚନା କରିଥିଲେ । ଶେଷରେ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି ଲେଖକ କଳାକାରମାନଙ୍କୁ ଉତ୍ତରୀୟ ଓ ମାନପ‌ତ୍ରଦେଇ ସମ୍ବଦ୍ଧିତ କରାଗଲା। ଏହି କାର୍ଯ୍ୟକ୍ରମକୁ ଭାଗୀରଥ୍ ଓଝା, ସରସ୍ୱତୀ ମହାରଣା, କବିତା ନାୟକ, ଅଶୋକ କୁମାର ବେହେରା, ଭରତ ଚନ୍ଦ୍ର ସାହୁ, ନିରୁପମା ପଣ୍ଡା, ଉପେନ୍ଦ୍ର କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *