ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଡ଼ି ଏ ଭି ସ୍କୁଲ ନିମାପଡାରେ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ପରାକ୍ରମ ଦିବସ ପାଳିତ l

ନିମାପଡା (23.01.25)  ଆଜି ଡ଼ି ଏ ଭି ପବ୍ଲିକ ସ୍କୁଲ ନିମାପଡାରେପରାକ୍ରମ ଦିବସ ପାଳିତ ହୋଇଥିଲା l ଏହି ଅବସରରେ ଓଡିଶାର ଦୁଇଜଣ ବୀର ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପ୍ରିନସିପାଲ ଏମ. ଏମ. ହକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ନେତାଜୀ ସୁଭାଷ ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ଭାଷଣ ପ୍ରଦାନ କରି ଦର୍ଶକଙ୍କ ମନ ମଧ୍ୟରେ ଜାତୀୟତା ଭାବ ଜାଗ୍ରତ କରାଇଥିଲେ l ଶିକ୍ଷୟିତ୍ରୀ ମିଲି ଦlଶ ନେତାଜୀ ଏବଂ ସୁରେନ୍ଦ୍ର ସାଏ ଙ୍କ ଜୀବନୀ ଓ ଆମ ମାତୃଭୂମି କୁ ବିଦେଶୀ ଇଂରେଜ କବଳରୁ ମୁକ୍ତ କରିବା ପାଇଁ ନିଜର ବହୁମୂଲ୍ୟ ଜୀବନ ହସି ହସି  ବିସର୍ଜନ କରିଥିଲେ ସେ ସମ୍ପର୍କ ରେ ପ୍ରାଞ୍ଜଳ ଭାବରେ ତାଙ୍କର ଅଭିବ୍ୟକ୍ତି ମାଧ୍ୟମରେ ପ୍ରକାଶ କରିଥିଲେ l ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଅଭିନୟ ପ୍ରଦର୍ଶନକରି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲେ l ପ୍ରିନସିପାଲ ଏହି ଦୁଇ ଜଣ ଦକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କର ଜୀବନୀ ଓ ନିଜର ମାତୃଭୂମି ପ୍ରତି ମହତ କର୍ମ ସମ୍ପର୍କରେ ଓଜସ୍ୱିନୀ ଅଭିବ୍ୟକ୍ତି ପ୍ରକାଶ କରିଥିଲେ ଏବଂ ପବିତ୍ର ସରସ୍ବତୀ ପୂଜା ଅବସରରେ ଛାତ୍ରଛାତ୍ରୀ ଓ ଶିକ୍ଷକ – ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ll ସତେ ଯେପରି ଏହି ଦୁଇଜଣ ଭାରତମାତାର ସୁଯୋଗ୍ୟ ସନ୍ତାନ ଥିଲେ l ସେମାନେ ନିଜର କର୍ମ ଦ୍ୱାରା ଆଜି ସମଗ୍ର ଭାରତରେ ଅମର ହୋଇ ରହିଛନ୍ତି l ବିଦ୍ୟାଳୟ ପରିସରରେ ପବିତ୍ର ସରସ୍ବତୀ ପୂଜା ଅବସରରେ ହୋମ ଯଜ୍ଞ ଆୟୋଜିତ ହୋଇଥିଲା l ଶେଷରେ ଶିକ୍ଷୟିତ୍ରୀ ରେବକା ବେଗମ ଆଜିର ପବିତ୍ର ଦିବସରେ ସମସ୍ତ ଶିକ୍ଷକ- ଶିକ୍ଷୟିତ୍ରୀ, ପ୍ରିନସିପାଲ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *