ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଲିଟିଲ ଷ୍ଟାର ଗୃପ ର “ଫୁଲ ବଉଳ ବେଣୀ’ କାର୍ଯ୍ୟକ୍ରମ ବିମୋହିତ କଲା ରାମଲୀଳା ର ଉଡ଼ନ୍ତା ହନୁମାନ

ନିମାପଡା-ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଙ୍କ ସହଯୋଗ ରେ ନିମାପଡା ର ଅଗ୍ରଣୀ ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ ଷ୍ଟାର ଗୃପ ପକ୍ଷରୁ ୨୪ତମ କୁମାର ଉତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ଫୁଲ ବଉଳ ବେଣୀ ଉତ୍ସବ ସ୍ଥାନୀୟ ଦେବୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି|ଗ୍ରୁପ ର ସମ୍ପାଦକ ସୁମନ୍ତ ମହାରଣା ଙ୍କ ସଂଯୋଜନା ରେ ପୂର୍ବତନ ପୋଲିସ ଆଇ.ଜି ବଟ କୃଷ୍ଣ ତ୍ରିପାଠୀ,ଡାକ୍ତର ଓ ଅଭିନେତା ଚିତ୍ତ ରଞ୍ଜନ ମିଶ୍ର,ଗୃପ ର ଉପଦେଷ୍ଟା ପ୍ରଣବ ସ୍ୱାଇଁ,ସୁବ୍ରତ ମହାନ୍ତି,ବସନ୍ତ ସ୍ୱାଇଁ,ରବୀନ୍ଦ୍ର ନାଥ ପାଢ଼ୀ,ଶିକ୍ଷକ ନିର୍ମଳ ମିଶ୍ର,ଶିକ୍ଷାବିତ ପ୍ରକାଶ ଖଟୋଇ ଅଭିନେତ୍ରୀ ସୋନାଲି ପରିଡା,ରିଷି ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆମର ମହାନ କଳା ସଂସ୍କୃତି ଉପରେ ଆଲୋକ ପାତ କରିଥିଲେ .ଏହି ଅବସରରେ ଶିକ୍ଷାବିତ ସଞ୍ଜୟ କୁମାର ପ୍ରଧାନ ଓ ରାମଲୀଳା ର ସମସ୍ତ କଳାକାର ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା.ପରେ ଶ୍ରୀ ଶ୍ରୀ ରଘୁନାଥ ଜିଉ ବାଳିକା ରାମନାଟ୍ୟ ସଂସଦ ନୟାଗଡ ପକ୍ଷରୁ ଇନ୍ଦ୍ରଜିତ ବଧ ରାମନାଟକ ପରିବେଷିତ ହୋଇଥିଲା.ପ୍ରଭୁ ଶ୍ରୀରାମ, ଅନୁଜ ଲକ୍ଷ୍ମଣ,ମା ସୀତା ସର୍ବୋପରି ହନୁମାନ ରାବଣ ଓ ଇନ୍ଦ୍ରଜିତ ଙ୍କ ଅଭିନୟ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନଙ୍କୁ ବେଶ ବିମୋହିତ କରିଥିବା ବେଳେ ଗଛକୁ ଗଛ ଦଉଡ଼ା ବାନ୍ଧି ଉଡ଼ନ୍ତା ହନୁମାନ ଙ୍କ ନୃତ୍ୟ ଦର୍ଶକ ମାନଙ୍କୁ ବେଶ ଆକର୍ଷିତ କରିଥିଲା |ଗୃପ ପକ୍ଷରୁ ଅଜୟ ମିଶ୍ର,ଅମିୟ ମିଶ୍ର,ନିରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ|

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *