ବେକରେ ଫୁଲମାଳ, କାନ୍ଧରେ ଉତ୍ତରିୟ, ସମ୍ପୁର୍ଣ୍ଣ ରାଜକୀୟ ବେଶ। ଯୁଦ୍ଧ ଜୟ କରି ଫେରିଥିବା ରାଜାଙ୍କୁ ରାଜ ମହଲକୁ ପାଛୋଟି ନେବା ଭଳି ଦୃଶ୍ୟ। ଏ ରାଜା କିନ୍ତୁ କୈାଣସି ରାଜ୍ୟ ଜୟ କରି ନାହାନ୍ତି, ମାତ୍ର ଶହ ଶହ ହୃଦୟକୁ ଜୟ କରିପାରିଛନ୍ତି। ଦିନ ତମାମ ପ୍ରବଳ ବର୍ଷା ସତ୍ବେ, ଆଡ଼ମ୍ବର ପୁର୍ଣ୍ଣ, ଆତ୍ମିୟତାଭରା ଏବଂ ଆପଣା ପଣରେ ଆଜି ବିଦାୟ ନେଇଛନ୍ତି ସରକାରି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବ୍ରଜ କିଶୋର ସାହୁ। ତାଙ୍କୁ ସମ୍ବର୍ଦ୍ଧିତ କରି ବିଦାୟ ଦେବାକୁ ଏକାଠି ହୋଇଛନ୍ତି ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଞ୍ଚଳର ଅନେକ ଶୁଭାକାଙ୍ଖି ବ୍ୟକ୍ତି ବିଶେଷ।
୨୦୨୦ ମସିହା ସେପ୍ଟେମ୍ବର ମାସ ୧୩ ତାରିଖରେ ସରକାରି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ ଶ୍ରୀଯୁକ୍ତ ବ୍ରଜ କିଶୋର ସାହୁ। ଆଉ ବିଗତ ପାଞ୍ଚ ବର୍ଷାରେ ସରିଯାଇଥିଲା ତାଙ୍କର କାର୍ଯ୍ୟକାଳ। ମାତ୍ର ଏହି ପାଞ୍ଚ ବର୍ଷାରେ ସେ ରହିଯାଇଥିଲେ ସମସ୍ତଙ୍କର ହୃଦୟରେ। ନିଜର କର୍ତ୍ତବ୍ୟ ନିଷ୍ଠତା ଏବଂ କେଇ ପଦ ମିଠା କଥା ଆଉ ମୁହଁରେ ଚେନାଏଁ ସ୍ମିତ ହାସ୍ୟ ସମସ୍ତଙ୍କୁ ତାଙ୍କ ପ୍ରତି ଆକର୍ଷିତ କରିଥିଲା।
କର୍ମମୟ ଜୀବନର ଶେଷ ଦିନରେ ଜୀବନ ଯାକର ଉପଲବ୍ଧିକୁ ସାଉଁଟି ନେଇ ଅବସର ନେଇଛନ୍ତି ସରକାରି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବ୍ରଜ କିଶୋର ସାହୁ। ଆଉ ତାଙ୍କ ଭଳି ବ୍ୟକ୍ତିତ୍ବ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇ ସ୍କୁଲ ସମେତ ସମଗ୍ର ଅଞ୍ଚଳ ଆଜି ଭାବ ବିହ୍ୱଳ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା।



















Leave a Reply