(କୋଣାର୍କ ) ସ୍ବର୍ଗତ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ପ୍ରତିବର୍ଷ ପରି ଚଳିତବର୍ଷ ୫ ଦିନିଆ ଝୁଲଣ ଉତ୍ସବ ଉଦଘାଟିତ ହୋଇଯାଇଛି। ଦିତୀୟ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ନିମାପଡ଼ା ପ୍ରେସକ୍ଲବ ସଭାପତି ଅକ୍ଷୟ କୁମାର ବେହେରା ଏବଂ କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ। ପ୍ରଥମ ଚରଣରେ ଶିଳ୍ପୀ ରୋଜାଲିନ ସ୍ବାଇଁଙ୍କ ଦ୍ବାରା ପରିବେଷିତ ଓଡ଼ିଶୀ ନୃତ୍ୟ, କଲିକତାର ଡଃ ମାନିଆ ଚକ୍ରବର୍ତ୍ତୀ ଏବଂ ସାଥୀଙ୍କ ଦ୍ବାରା ମଣିପୁରୀ ନୃତ୍ୟ ବେଶ ମନମୁଗ୍ଧକର ହୋଇଥିଲା । ପରେପରେ ପୁରୀ କୃଷ୍ଣମାନୀ ନୃତ୍ୟ କଳାପିଠ ଦ୍ୱାରା ପରିବେଷିତ ମାହାରି ନୃତ୍ୟ ଏବଂ ବାଙ୍ଗାଲୋରର ଶ୍ଵଥା ପ୍ରସାନାଙ୍କ କୁଚୁପୁଡି ନୃତ୍ୟ ଆକର୍ଷଣୀୟ ହୋଇଥିଲା। କୋଣାର୍କ ନାଟ୍ୟମଣ୍ଡପ ସଭାପତି ଖଗେଶ୍ବର ଖଣ୍ଡାୟତ ରାୟ, ସମ୍ପାଦକ ଶିବାଶିଷ ପ୍ରଧାନ, କାର୍ଯ୍ୟକାରୀ ସଭାପତି ରମଣୀ ରଂଜନ ଜେନା, ଗୁରୁ ବାନାମ୍ବର ସ୍ୱାଇଁ, ବିଜୟ ବିଶ୍ଵାଳ ପ୍ରମୁଖ ଯୋଗଦେଇ ନାଟ୍ୟମଣ୍ଡପ ଦ୍ୱାରା ଆୟୋଜିତ ଝୁଲଣ ଉତ୍ସବ ଖାଲି ପୁରୀଜିଲ୍ଲା ନୁହେଁ ରାଜ୍ୟରେ ଏବଂ ରାଜ୍ୟ ବାହାରେ ବେଶ ଆଦୃତ ହୋଇ ପାରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମକୁ କୋଣାର୍କ ନାଟ୍ୟ ମଣ୍ଡପର ଗୁରୁ ଜୟକୃଷ୍ଣ ନାୟକ, ସୁଲୋଚନା ପ୍ରଧାନ, ସଞ୍ଜିବନି ପ୍ରଧାନ ଏବଂ ନାଟ୍ୟମଣ୍ଡପର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।
ଓଡ଼ିଶୀ ନୃତ୍ୟର ତାଳେତାଳେ ମନ ମୋହିଲା କୋଣାର୍କ ନାଟ୍ୟମଣ୍ଡପର ଝୁଲଣ ଉତ୍ସବ



















Leave a Reply