ନିମାପଡ଼ା, ୫/୧୦ (ବିଭୂତି ଟିଭି):ନିମାପଡ଼ାର ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଥିବା ‘ନିମାପଡ଼ା ବୋଇତ ବନ୍ଦାଣ ଉତ୍ସବ-୨୦୨୬’ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିମାପଡ଼ା ଅମଲାପଡ଼ାସ୍ଥିତ ଗ୍ରୀନଲାଣ୍ଡ କଲ୍ୟାଣ ମଣ୍ଡପଠାରେ ବୋଇତ ବନ୍ଦାଣ ଉତ୍ସବ ପରିଚାଳନା କମିଟି ଓ ସଙ୍ଗମର ସଦସ୍ୟମାନଙ୍କୁ ନେଇ ଏହି ବୈଠକ ଆୟୋଜିତ ହୋଇଥିଲା।
ଜାତୀୟ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ଶ୍ରୀ ଶରତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଗାମୀ ବୋଇତ ବନ୍ଦାଣ ଉତ୍ସବକୁ କିପରି ଅଧିକ ସରସ, ସୁନ୍ଦର, ଆକର୍ଷଣୀୟ, ଲୋକପ୍ରିୟ ତଥା ଲୋକାଭିମୁଖୀ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ କୈବର୍ତ୍ତ ମହାସଂଘର ସଭାପତି ତଥା ଅବସରପ୍ରାପ୍ତ ପ୍ରାଣୀଧନ ଚିକିତ୍ସକ ଶ୍ରୀ ଜଗବନ୍ଧୁ ବେହେରା, ଫାର୍ମାସିଷ୍ଟ ଆଇ. ତ୍ରିନାଥ ପାତ୍ର, ଅଧ୍ୟାପକ ଡଃ ରବିନ୍ଦ୍ରନାଥ ପାଢ଼ୀ, ଅଧ୍ୟାପକ ସତ୍ୟବ୍ରତ ସ୍ୱାଇଁ, କଳାଶିକ୍ଷକ ଶ୍ରୀ ସାରଦା ପ୍ରସନ୍ନ ବେହେରା, ଶ୍ରୀ ପ୍ରଭାକର ସାହୁ, ମନୋଜ କୁମାର ନାୟକ, ଆଲୋକ କୁମାର ପାତ୍ର, ଦୀପକ କୁମାର ସାହୁ, ଶୁଭ୍ରକାନ୍ତ ପଟ୍ଟନାୟକ, ଗଙ୍ଗାଧର ଓଝା, ଝୁନିଲତା ବେହେରା, କବିତା ନାୟକ, ତପନ କୁମାର ରାଉତରାୟ, ଅଶୋକ କୁମାର ବେହେରା, ଉପେନ୍ଦ୍ର କୁମାର ଜେନା, ବିମ୍ବାଧର ଓଝା, ମଧୁସ୍ମିତା ନାୟକ, ପୁଷ୍ପଲତା ସ୍ୱାଇଁ, କୁନ୍ତଳା ମଲ୍ଲିକ, ସରସ୍ୱତୀ ମହାରଣା, ସାଇ ରଞ୍ଜନ ନାୟକ, ହୃଦାନନ୍ଦ ସାହୁ, ନୃସିଂହ ମହାରଣା, ପ୍ରତାପ କୁମାର ଓଝା, ସୁନନ୍ଦା ସାହୁ, ଜଗଦୀଶ ପାଣି, ଶିବ ନାରାୟଣ ଓଝା ପ୍ରମୁଖ ଉପସ୍ଥିତ ଥିଲେ।
ବୈଠକରେ ନିମାପଡ଼ାର ପୁରାତନ ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ସହ ଏହାର ସୁରକ୍ଷା ଓ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୋଇତ ବନ୍ଦାଣ ଉତ୍ସବରେ ଅଧିକରୁ ଅଧିକ ଜନସାଧାରଣଙ୍କୁ ସାମିଲ କରି ଏହାକୁ ଏକ ଜନପ୍ରିୟ ଓ ଲୋକାଭିମୁଖୀ ଉତ୍ସବରେ ପରିଣତ କରିବା ପାଇଁ ସମସ୍ତେ ମତବ୍ୟକ୍ତ କରିଥିଲେ।
ନିମାପଡ଼ାର ଗୌରବମୟ ଐତିହ୍ୟ ଓ ସାଂସ୍କୃତିକ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ସହ ଏହାକୁ ଅଧିକ ସମୃଦ୍ଧ କରିବା ପାଇଁ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। ଏଥିସହ ଉତ୍ସବରେ ସମସ୍ତ ବର୍ଗର ଲୋକଙ୍କୁ ସାମିଲ କରିବା ପାଇଁ ସାମୂହିକ ପ୍ରୟାସ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।
ନିମାପଡ଼ା ବୋଇତ ବନ୍ଦାଣ ଉତ୍ସବ-୨୦୨୬ ପାଇଁ ପ୍ରସ୍ତୁତି ବୈଠକ



















Leave a Reply