ନିମାପଡ଼ା (ବିଭୂତି ଟିଭି): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୧୪୯ ତମ ପୁଣ୍ୟ ଜୟନ୍ତୀ ଅବସରରେ ଆଜି ନିମାପଡ଼ାଠାରେ ଏକ ଭବ୍ୟ ପୂଜ୍ୟପୂଜା ସମାରୋହ ଆୟୋଜିତ ହୋଇଯାଇଛି। “ଗୋପବନ୍ଧୁ ସେବା ସଂଘ” ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇ ଉତ୍କଳମଣିଙ୍କ ସ୍ମୃତି ଚାରଣ କରିଛନ୍ତି।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିମାପଡ଼ା ତହସିଲ କାର୍ଯ୍ୟାଳୟ ସାମ୍ନାରେ ଥିବା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହା ପରେ ଶହୀଦ ସ୍ମୃତି ସଂସଦ ଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ସମ୍ମେଳନ ଆୟୋଜିତ ହୋଇଥିଲା।
ଏହି ସମାରୋହରେ ନିମାପଡ଼ାର ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ନିରଞ୍ଜନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ:
କୃଷ୍ଣଚନ୍ଦ୍ର ପାତ୍ର (ସମ୍ପାଦକ, ଗୋପବନ୍ଧୁ ସେବା ସଂଘ)
ଆର୍ତ୍ତବନ୍ଧୁ ସେନାପତି (ସଭାପତି, ସ୍ୱାଧୀନତା ସଂଗ୍ରାମୀ ଦାୟଦ ସଂଘ)
ଆଦର୍ଶ ଦାଶ (ଆବାହକ, ଜାଗ୍ରତ ଯୁବଶକ୍ତି)
ଅଜୟ କୁମାର ମିଶ୍ର (ମୁଖ୍ୟ ଉପଦେଷ୍ଟା, ଜାଗ୍ରତ ଯୁବଶକ୍ତି)
ଦୀନବନ୍ଧୁ ମଲ୍ଲିକ (ସମ୍ପାଦକ, ବରିଷ୍ଠ ନାଗରିକ ମଞ୍ଚ)
ଶିକ୍ଷାବିତ୍: ପ୍ରତାପ ଚନ୍ଦ୍ର ସାବୁତ, ନିରଞ୍ଜନ ଓଝା, ଅଜୟ କୁମାର ପଣ୍ଡା, ରାକେଶ କୁମାର ସ୍ୱାଇଁ, ପ୍ରଭାତ ମଞ୍ଜରୀ ମହାନ୍ତି, ଓ କୃଷ୍ଣ ମୋହନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସଭାରେ ବକ୍ତାମାନେ ସ୍ୱାଧୀନତା ସଂଗ୍ରାମ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ମାନବ ସେବା କ୍ଷେତ୍ରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଅତୁଲନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଗୋପବନ୍ଧୁଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବାରେ ବ୍ରତୀ ହେବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦିଆଯାଇଥିଲା।
ନିମାପଡ଼ାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୧୪୯ ତମ ଜୟନ୍ତୀ ପାଳିତ
















Leave a Reply