ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଭାଟବନ୍ଧ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳନ

ନିମାପଡ଼ା ୯-୧୦-୨୦୨୬ (BT)ନିମାପଡ଼ା ବ୍ଲକ ଅନ୍ତର୍ଗତ ଭାଟବନ୍ଧ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଆଜି ମହା ଆଡ଼ମ୍ବରରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ଏହି ଅବସରରେ ଗୋପ ବନ୍ଧୁଙ୍କ ନିତୀ ଓ ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ନିମନ୍ତ୍ରିତ ଅତିଥିମାନେ ଆହ୍ବାନ ଦେଇଥିଲେ। ଗୋପ ବନ୍ଧୁ କିଭଳି ଜନ ସେବା କୁ ନିଜର ବ୍ରତ ଭାବରେ ପାଳନ କରୁଥିଲେ ସେ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ।

ଗୋପବନ୍ଧୁ ଦାସଙ୍କ ଜୀବନର ସବୁଠାରୁ ବଡ଼ ଆଦର୍ଶ ଥିଲା ମାନବସେବା। ନିଜର ସୁଖ, ସ୍ୱାର୍ଥ ଓ ପରିବାରର ଦୁଃଖକୁ ପଛରେ ପକାଇ ସେ ଦୁଃଖୀ, ଦରିଦ୍ର ଓ ଅସହାୟ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ଲୋକଙ୍କ ଦୁଃଖରେ ସେ ଦୁଃଖୀ ହେଉଥିଲେ ଏବଂ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ସବୁବେଳେ ଚେଷ୍ଟା କରୁଥିଲେ।

ଗୋପବନ୍ଧୁ ଦାସଙ୍କ ଜୀବନରେ ତ୍ୟାଗର ଏକ ଅମର ଉଦାହରଣ ରହିଛି। ନିଜ ପରିବାରରେ ଦୁଃଖ ଆସିଥିଲେ ମଧ୍ୟ ସେ ଦେଶ ଓ ସମାଜର ସେବାରୁ କେବେ ପଛକୁ ହଟିନଥିଲେ। ତାଙ୍କ ପାଇଁ ସମଗ୍ର ମାନବଜାତି ଥିଲା ନିଜ ପରିବାର। ତାଙ୍କର ମହାନ ଚିନ୍ତାଧାରା ଆଜି ମଧ୍ୟ ଆମକୁ ମାନବିକତାର ପଥରେ ଆଗେଇ ନେଉଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଉକ୍ତ ସଭାରେ ମୂଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ରଥ, ଏସ୍ ଏମ୍ ସି ଚେୟାର ମ୍ୟାନ କେଦାର ମାଝୀ, ପଞ୍ଚସଖା ଶିକ୍ଷା ସେତୁର ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବଢ଼େଇ, ଶ୍ରୀଯୁକ୍ତ ଅଶୋକ କୁମାର ଆଚାର୍ଯ୍ୟ ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିନୟ କୁମାର ବିଶ୍ଵାଳଙ୍କ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ସମସ୍ତ ଛାତ୍ରଛାତ୍ରୀମାନେ ଯୋଗ ଦେଇ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସ୍ମୃତି ଚାରଣ କରିଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *