ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଜଗତସିଂହପୁରରେ ଦୁଇଦିନିଆ କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର ବୈଜ୍ଞାନିକ ପଦ୍ଧତିରେ ଚାଷ ଓ ଚାଷୀଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ

ଜଗତସିଂହପୁର: କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁରର ଆନୁକୂଲ୍ୟରେ ଅଗଷ୍ଟ ୧୧ ଓ ୧୨ ତାରିଖରେ ଦୁଇଦିନିଆ କୃଷକ-ବୈଜ୍ଞାନିକ ଆଲୋଚନା ଚକ୍ର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କୃଷି ବିଭାଗର ଆତ୍ମା ପ୍ରକଳ୍ପ ପକ୍ଷରୁ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ, ରଘୁନାଥପୁର, କୁଜଙ୍ଗ ଓ ଏରସମା ବ୍ଲକରୁ ସମୁଦାୟ ୨୫ ଜଣ ଆଗଧାଡ଼ିର ଚାଷୀ ଯୋଗଦେଇଥିଲେ।
ପ୍ରଥମ ଦିନ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ଜୀବନଜିତ ସେନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଏହାର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇଥିଲେ।
ପ୍ରଥମ ଅଧିବେଶନରେ ମୃତ୍ତିକା ବୈଜ୍ଞାନିକ ଡ. ପ୍ରଦୀପ୍ତ କୁମାର ମାଝୀ ଫସଲରେ ସମନ୍ୱିତ ଖାଦ୍ୟ ପରିଚାଳନା ବିଷୟରେ ବିଶେଷଜ୍ଞ ଜ୍ଞାନ ପ୍ରଦାନ କରିଥିଲେ। ରୋଗପୋକ ବୈଜ୍ଞାନିକ ଦେବାଶିଷ ପଣ୍ଡା ବିଭିନ୍ନ ରୋଗପୋକର ସମସ୍ୟା, ଏହାର ନିୟନ୍ତ୍ରଣ ଓ ଆଧୁନିକ କୃଷି ଔଷଧର ବ୍ୟବହାର ସମ୍ପର୍କରେ ଚାଷୀମାନଙ୍କୁ ସୂଚନା ଦେଇଥିଲେ।
ଦ୍ୱିତୀୟ ଅଧିବେଶନରେ ମତ୍ସ୍ୟ ବିଶେଷଜ୍ଞ ସରିତା ଦାସ ମାଛ ଚାଷରେ ଉନ୍ନତ ବୈଜ୍ଞାନିକ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାଣୀ ବିଜ୍ଞାନୀ ଡ. ତପନ କୁମାର ପଲାଇ ଗୋପାଳନ ଓ କୁକୁଡ଼ା ପାଳନ ସମୟରେ ଦେଖାଦେଉଥିବା ସମସ୍ୟା ଏବଂ ତାହାର ବୈଜ୍ଞାନିକ ସମାଧାନ ଉପରେ ଆଲୋକପାତ କରିଥିଲେ।
ଦ୍ୱିତୀୟ ଦିନରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଭୁଦତ୍ତ ସାହୁ ଯୋଗଦେଇ ଚାଷୀମାନଙ୍କ ସହ ବିଭିନ୍ନ କୃଷିଜନିତ ସମସ୍ୟା ନେଇ ସିଧାସଳଖ ଆଲୋଚନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର କ୍ଷେତ୍ର ପରିଚାଳକ ମଣ୍ଟୁ ଚୌଧୁରୀ ଧାନ ଓ ପନିପରିବା ଚାଷରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ।
ଗୃହ ବିଜ୍ଞାନୀ ସସ୍ମିତା ପୁରୋହିତ ଲାଭଜନକ ଛତୁ ଚାଷ ସମ୍ପର୍କରେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଅଧିକାରୀ ସ୍ୱାଗତିକା ମିଶ୍ର ଓ ସ୍ୱରାଜ କୁମାର ବେହେରା ମଧ୍ୟ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଚାଷୀଙ୍କୁ କୃଷି ସମ୍ବନ୍ଧୀୟ ବିଭିନ୍ନ ବୈଷୟିକ ପୁସ୍ତିକା ପ୍ରଦାନ କରାଯାଇଥିଲା। ଶେଷ ପର୍ଯ୍ୟାୟରେ ଚାଷୀମାନେ ସକ୍ରିୟ ଭାବେ ନିଜ ଅଭିଜ୍ଞତା ବାଣ୍ଟିବା ସହ ଚାଷ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ବୈଜ୍ଞାନିକମାନଙ୍କଠାରୁ ଜାଣିଥିଲେ।
ପରେ ଚାଷୀମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ରର ବିଭିନ୍ନ ପ୍ରୟୋଗଶାଳା ଓ ପ୍ରଦର୍ଶନ କ୍ଷେତ୍ର ପରିଦର୍ଶନ କରାଯାଇଥିଲା। ଏହି ଆଲୋଚନା ଚକ୍ର ଚାଷୀମାନଙ୍କୁ ଆଧୁନିକ ଓ ବୈଜ୍ଞାନିକ କୃଷି ପ୍ରଣାଳୀ ସହ ପରିଚିତ କରାଇବାରେ ଉପଯୋଗୀ ହୋଇଥିବା କୁହାଯାଇଛି।

Bibhuti TV

    Advertisement
    Advertisement
    Advertisement

    Leave a Reply

    Your email address will not be published. Required fields are marked *