ଭୁବନେଶ୍ୱର,(BT)୨୬ ଜୁଲାଇ: ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଭୁବନେଶ୍ୱରସ୍ଥିତ ରୋଟାରୀ ଭବନରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୦୦ ଜଣ ସଦସ୍ୟ ଏହି ବୈଠକରେ ଯୋଗଦେଇ ସଂଗଠନର ସାଂଗଠନିକ ବିକାଶ, ଡିଜିଟାଲ ମିଡିଆର ସଶକ୍ତିକରଣ ଓ ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।
ବୈଠକରେ ODMMର ରାଜ୍ୟ ସଭାପତି ଶ୍ରୀ ମନୋଜ କୁମାର ଶତପଥୀ ସଭାପତିତ୍ୱ କରିଥିବାବେଳେ ସାଧାରଣ ସମ୍ପାଦକ ଶ୍ରୀ କବିରାଜ ପାତ୍ର ସଂଗଠନର ଆଗାମୀ କାର୍ଯ୍ୟଯୋଜନା ଉପସ୍ଥାପନ କରିଥିଲେ।
ଏହି ଅବସରରେ ଡ଼ଃ ରାଜକୁମାର ଯାଦବ (ସମାଜସେବୀ ଓ RTI କର୍ମୀ), ଶ୍ରୀ ସାରଦା ପ୍ରସାଦ ଷଡ଼ଙ୍ଗୀ (ସମାଜସେବୀ ଏବଂ ଓଡ଼ିଶା ସରକାର ଖଣି ବିଭାଗର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ) ଏବଂ ଶ୍ରୀ ସୂର୍ଯ୍ୟନାରାୟଣ କର (ସମାଜସେବୀ, କେନ୍ଦୁଝର) ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡିଜିଟାଲ ସାମ୍ବାଦିକତାର ଗୁରୁତ୍ୱ ଓ ସାମାଜିକ ଦାୟିତ୍ୱ ଉପରେ ମତ ପ୍ରକାଶ କରିଥିଲେ।
ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଶ୍ରୀମତୀ ମୀରା ବାଇ ଦେଓ, ଶ୍ରୀ ସୂର୍ଯ୍ୟକାନ୍ତ ଖେଡୁୱାଲ୍ ସିଂ ଏବଂ ରାଜ୍ୟ ଅର୍ଗାନାଇଜେସନ ସେକ୍ରେଟାରୀଙ୍କ ସମେତ ସଂଗଠନର ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ବିଭିନ୍ନ ଜିଲ୍ଲା ର ସଭାପତି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଶେଷରେ ସଂଗଠନର ସମ୍ପ୍ରସାରଣ, ଡିଜିଟାଲ ମିଡିଆ ସାମ୍ବାଦିକଙ୍କ ଅଧିକାର ସୁରକ୍ଷା ଏବଂ ସରକାରୀ ସ୍ୱୀକୃତି ପ୍ରାପ୍ତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ (ODMM)ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ

















Leave a Reply