ନିମାପଡ଼ା, ୧୪/୭: (BT)ନିମାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି।ଏହି ଅବସରରେ ନିମାପଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ସଂଘର ସଦସ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଆୟୋଜିତ ଆଲୋଚନାଚକ୍ରରେ ଗୋପବନ୍ଧୁ ଦାସଙ୍କ ସମାଜର ପ୍ରତିଷ୍ଠାତା ତଥା ସାମ୍ବାଦିକ ମାନଙ୍କର ପ୍ରେରଣା ଓ ଆଦର୍ଶ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ବହୁତ୍ ସାମ୍ବାଦିକ ସଂକଳ୍ପ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଅକ୍ଷୟ କୁମାର ନାୟକ, ଉପସଭାପତି ଅରୁଣ ମହାପାତ୍ର, ସାଧାରଣ ସମ୍ପାଦକ ଅଶୋକ ବେହେରା, ସହ-ସମ୍ପାଦକ ଅଜିତ ରଞ୍ଜନ ସାହୁ ଓ ଶିଶିର ସ୍ୱାଇଁ, କୋଷାଧ୍ୟକ୍ଷ ଶାନ୍ତନୁ ମହାନ୍ତି, ଉପଦେଷ୍ଟା ରାଜକିଶୋର ଦାସ , ଚିତ୍ତ ରଞ୍ଜନ ମହାନ୍ତି ଓ ଡଃ.କେଦାରନାଥ ସାହୁଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟ ବିବେକାନନ୍ଦ ସେଠୀ, ସତ୍ୟମ୍ ଜୋସେଫ ଲେଙ୍କା, ସିଦ୍ଧାର୍ଥ ଶେଖର, ନିବେଦିତା ମିଶ୍ର, ରଞ୍ଜନ ଦାଶ, ସୁରେଶ ମହାନ୍ତି,ବିଜୟ ବେହେରା ପ୍ରମୁଖ ଉପସ୍ଥିତ ରହି ଉତ୍କଳମଣି ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ନିମାପଡ଼ା ସାମ୍ବାଦିକ ସଂଘ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି।

















Leave a Reply