ଯାଜପୁର, ୫ ଅଗଷ୍ଟ: ଆସନ୍ତା ୨୩ ଅଗଷ୍ଟରେ ଯାଜପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର କ୍ଲଷ୍ଟର–୧ ପ୍ରଶିକ୍ଷଣ ଶିବିରକୁ ସଫଳ କରିବା ଲକ୍ଷ୍ୟରେ ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଏକ ବିସ୍ତୃତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ପଦ୍ମଲୋଚନ ନାୟକଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ପ୍ରଶିକ୍ଷଣ ଶିବିରର ସଫଳ ଆୟୋଜନ ପାଇଁ ବିଭିନ୍ନ ସାଙ୍ଗଠନିକ ଓ ପରିଚାଳନାଗତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା।
ବୈଠକରେ ରାଜ୍ୟ ସଙ୍ଗଠନ ସମ୍ପାଦକ ଗୌରାଙ୍ଗ ଚରଣ ମହି, ଜିଲ୍ଲା ଉପଦେଷ୍ଟା ନିର୍ମଳ ସମକକ୍ଷ ଏବଂ ଜିଲ୍ଲା ସମ୍ପାଦକ ବସନ୍ତ କୁମାର ମଲ୍ଲିକ ଉପସ୍ଥିତ ରହି ସାମ୍ବାଦିକଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି, ନୈତିକ ସାମ୍ବାଦିକତା ଏବଂ ଡିଜିଟାଲ ମିଡିଆର ନୂତନ ସମ୍ଭାବନା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ।
ଗୌରାଙ୍ଗ ଚରଣ ମହି କହିଥିଲେ ଯେ, ୨୩ ଅଗଷ୍ଟରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ କେନ୍ଦୁଝର ସମେତ ୧୧ଟି ଜିଲ୍ଲାର ସଦସ୍ୟମାନେ ଯୋଗଦେବେ। ଅତିଥି ଓ ସାମ୍ବାଦିକମାନଙ୍କ ପାଇଁ ସମ୍ମାନଜନକ ସ୍ୱାଗତ, ଉତ୍ତମ ବ୍ୟବସ୍ଥାପନା ଏବଂ ଶୃଙ୍ଖଳିତ ପରିବେଶ ସୁନିଶ୍ଚିତ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ଯାଜପୁର ଜିଲ୍ଲା ମିଡିଆ ସେଲ୍ର ଦାୟିତ୍ୱ ହେମନ୍ତ କୁମାର ନାୟକଙ୍କୁ ଅର୍ପଣ କରାଯାଇଥିଲା।
ବୈଠକରେ ରାଜ୍ୟ ପରିଷଦ ସଦସ୍ୟ ସରୋଜ କୁମାର ଧଳ, ସଦସ୍ୟ ନ୍ୟୁଜ ଚ୍ୟାନେଲର ରାଜ୍ୟ ସଂଯୋଜକ ଶ୍ରୀକାନ୍ତ ବିଶ୍ୱାଳ, ଜିତୁ ବେହେରା, ନିରୋଜ କୁମାର ସେଠୀ, ପ୍ରଦୀପ କୁମାର ପୃଷ୍ଟି, ଉଦୟନାଥ ଜେନା, ପ୍ରଭାତ ମଲ୍ଲିକ, ସୁଶାନ୍ତ କୁମାର ଜେନା, ଅଗ୍ନିବେଶ ଭାସ୍କର, ସଞ୍ଜୟ ନାୟକ, ଭାଗିରଥି ଜେନା, ମାନସ କୁମାର ସାହୁ ଓ ନବଘନ ବାହୁ ପ୍ରମୁଖ ଉପସ୍ଥିତ ରହି ଶିବିରର ସଫଳ ଆୟୋଜନ ପାଇଁ ସର୍ବାତ୍ମକ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ।
ଶେଷରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଗୌରାଙ୍ଗ ଚରଣ ମହି ସମସ୍ତ ସଦସ୍ୟଙ୍କୁ ଦାୟିତ୍ୱବୋଧ ଓ ଟିମ୍ ସ୍ପିରିଟ୍ ସହ କାର୍ଯ୍ୟ କରି ୨୩ ଅଗଷ୍ଟର ପ୍ରଶିକ୍ଷଣ ଶିବିରକୁ ସଫଳ କରିବାକୁ ଆହ୍ୱାନ ଜଣାଇଥିଲେ।
ଯାଜପୁରରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘର ପ୍ରଶିକ୍ଷଣ ଶିବିର ପାଇଁ ଜୋରଦାର ପ୍ରସ୍ତୁତି; ୨୩ ଅଗଷ୍ଟରେ ୧୧ ଜିଲ୍ଲାର ସାମ୍ବାଦିକଙ୍କ ସମାଗମ

















Leave a Reply