ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଉତ୍ତର ଓଡ଼ିଶାରେ ଭୟଙ୍କର ବନ୍ୟା: କେନ୍ଦ୍ରାପଡ଼ାର ବଡ଼ହଳପଡ଼ା ଗ୍ରାମରେ ‘ଲାଲ୍ ସଂଗଠନ’ ପକ୍ଷରୁ ୩୬୦ ପରିବାରକୁ ରିଲିଫ୍ ସାମଗ୍ରୀ ବଣ୍ଟନ

ରାଜକନିକା (କେନ୍ଦ୍ରାପଡ଼ା), (BT)୨୪ ଅଗଷ୍ଟ ୨୦୨୬:
୨୦୨୬ ପ୍ରଳୟଙ୍କରୀ ବନ୍ୟା ଆଜି ଉତ୍ତର ଓଡ଼ିଶାର ମେରୁଦଣ୍ଡ ଭାଙ୍ଗି ଦେଇଛି। କ୍ରମାଗତ ୫ ଥର ଲଘୁଚାପ ସୃଷ୍ଟି ହେବା ଫଳରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜଳକା, ସାଳନ୍ଦୀ, ବୈତରଣୀ, ଖରସ୍ରୋତା ଓ ବ୍ରାହ୍ମଣୀ ନଦୀରେ ଭୟଙ୍କର ବନ୍ୟା ଆସିଛି। ଏହାଯୋଗୁଁ ବାଲେଶ୍ୱର, ଭଦ୍ରଖ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାୟ ୨୦ ଟି ବ୍ଲକ୍‌ର ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ୨୦ ରୁ ୨୫ ଦିନ ହେବ ଅନେକ ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇ ରହିଛି।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ସଦର ମହକୁମାଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ପ୍ରଧାନପଡ଼ା ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମ ବନ୍ୟା ପାଣିରେ ବୁଡ଼ି ରହିଛି। ଖରସ୍ରୋତା ଓ ବୈତରଣୀ ନଦୀର ବନ୍ଧ ଭାଙ୍ଗି ସୃଷ୍ଟି ହୋଇଥିବା ଘାଇ ଯୋଗୁଁ ଏହି ପଞ୍ଚାୟତର ବଡ଼ହଳପଡ଼ା ଗ୍ରାମଟି ଏକ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଜଳବନ୍ଦୀ ଅବସ୍ଥାରେ ଅଛି। ୩୬୦ଟି ଅନୁସୂଚିତ ଜାତି ପରିବାର ରହୁଥିବା ଏହି ଗ୍ରାମରେ ଲୋକଙ୍କ ସମସ୍ୟା ଅତ୍ୟନ୍ତ ଗମ୍ଭୀର ରହିଛି।
ଦଶରଥପୁର ବ୍ଲକର ଉଦ୍ୟମୀ ଯୁବଚାଷୀ ଦୀପକ କୁମାର ରାଉତଙ୍କଠାରୁ ସୂଚନା ପାଇ ଆଜି (୨୪/୦୮/୨୦୨୬) ‘ଲାଲ୍ ସଂଗଠନ’ ପକ୍ଷରୁ ବଡ଼ହଳପଡ଼ା ଗ୍ରାମରେ ପହଞ୍ଚି ପ୍ରତ୍ୟେକ ପରିବାରକୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।
ସହଯୋଗୀ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ:
ନ୍ୟୁହୋପ୍ ସିଡ୍ (ହାଇଦ୍ରାବାଦ), ପ୍ରିୟବ୍ରତ ପାଣି/ତପନ (ନୂଆଦିଲ୍ଲୀ), ଲିଭ୍ ଆଣ୍ଡ ଲେଟ୍ ଲିଭ୍ (ଜଗତସିଂହପୁର), ମାଧବାନନ୍ଦ ସ୍ୱାଇଁ (ପୁରୁଣାବସନ୍ତ), ଦୀପକ ରାଉତ (ମଙ୍ଗଳପୁର) ଏବଂ ବାବା ମଙ୍ଗଳ ଦାସ (ରେଢ଼ୁଆ) ଙ୍କ ବଦାନ୍ୟତାରୁ ଏହି ରିଲିଫ୍ କାର୍ଯ୍ୟ ସମ୍ଭବ ହୋଇପାରିଛି।
ବଣ୍ଟନ କରାଯାଇଥିବା ରିଲିଫ୍ ସାମଗ୍ରୀ:
ଗ୍ରାମର ସମସ୍ତ ୩୬୦ ପରିବାରକୁ ସମୁଦାୟ ୩୬୦ ଟି ରିଲିଫ୍ ପ୍ୟାକେଟ୍ ପ୍ରଦାନ କରାଯାଇଛି। ପ୍ରତ୍ୟେକ ପ୍ୟାକେଟ୍‌ରେ ରହିଥିଲା:
ଅଢ଼େଇ କେଜି ଚୁଡ଼ା
୩୩୦ ଗ୍ରାମ ଚିନି
୧ ପ୍ୟାକେଟ୍ ବିସ୍କୁଟ୍
୧ ବୋତଲ ପାନୀୟ ଜଳ
ପରିଚାଳନା ଓ ସହଯୋଗ:
‘ଲାଲ୍ ସଂଗଠନ’ ର କାର୍ଯ୍ୟକର୍ତ୍ତା କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଅଶୋକ କୁମାର ବାରିକ୍, ଅବନୀ ବେହେରା, ପୂର୍ଣ୍ଣଚନ୍ଦ୍ର ସେଠୀ, ଅଜୟ ଜେନା, କଳ୍ପତରୁ ରାଉତ ଓ ପ୍ରଭାତ କୁମାର ଖଟୁଆ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଗ୍ରାମର ସୁରେନ୍ଦ୍ର କୁମାର ଦାସ (୯୦୪୦୦୯୮୪୬୨), ନିରାକାର ଦାସ (୯୧୭୮୪୦୨୯୪୩), ଅଭିମନ୍ୟୁ ଦାସ (୭୭୩୬୮୫୭୮୩୯), ଧୀରେନ୍ଦ୍ର ଦାସ (୯୧୭୮୫୫୫୦୯୩) ଏବଂ ଧୀରେନ୍ଦ୍ର ନାୟକ (୮୦୧୮୫୧୬୫୦୩) ଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *