ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

SIR-2026 ଦାବି ଓ ଆପତ୍ତି ଶୁଣାଣୀ ପ୍ରକ୍ରିୟାର ସମୀକ୍ଷା କଲେ CEOଙ୍କ ବରିଷ୍ଠ ଅଧିକାରୀ

ଜଗତସିଂହପୁର, ୨୮ ଜୁଲାଇ ୨୦୨୬:
ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିର୍ଦ୍ଦେଶକ୍ରମେ ସ୍ୱରାଷ୍ଟ୍ର (ନିର୍ବାଚନ) ବିଭାଗର ଅନୁସଚିବ ଶ୍ରୀ ନିରଞ୍ଜନ ପାଢ଼ୀ ଆଜି ଜଗତସିଂହପୁର ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ଚାଲିଥିବା ଦାବି ଓ ଆପତ୍ତି ଶୁଣାଣୀ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି।
ଏହି ଅବସରରେ ଶ୍ରୀ ପାଢ଼ୀ ଜିଲ୍ଲାର ଇଆରଓ (ERO) ଓ ଏଆରଓ (AERO) ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବୈଠକରେ SIR-୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ନୋଟିସ୍ ଜାରି, ଦାବି ଓ ଆପତ୍ତିର ଶୁଣାଣୀ, ଏବଂ ମାମଲା ନିଷ୍ପତ୍ତି ପ୍ରକ୍ରିୟାର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ସମୀକ୍ଷା ପରେ ଶ୍ରୀ ପାଢ଼ୀ ଜଗତସିଂହପୁର, ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷେତ୍ରସ୍ତରରେ ଚାଲିଥିବା କାର୍ଯ୍ୟକ୍ରମର ଯାଞ୍ଚ କରିଥିଲେ।
ସେ ନିର୍ବାଚନ ପ୍ରକ୍ରିୟାକୁ ସ୍ୱଚ୍ଛ, ସଠିକ୍ ଓ ନିୟମାନୁସାରେ ସମ୍ପାଦନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ SIR-୨୦୨୬ କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *