ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡ଼ା ଅଟୋନୋମସ୍ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ଉଦ୍‌ଯାପିତ

ନିମାପଡ଼ା: ନିମାପଡ଼ା ଅଟୋନୋମସ୍ ମହାବିଦ୍ୟାଳୟରେ ଚାଲିଥିବା ସଂସ୍କୃତ ସପ୍ତାହ ପାଳନର ଶେଷ ଦିବସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ସଂସ୍କୃତ ଭାଷାରେ ଲିଖିତ ବିଭିନ୍ନ ମହାନ୍ ବାଣୀକୁ ଫଳକ ମାଧ୍ୟମରେ ସ୍ଥାପନ କରାଯାଇଥିଲା। ଏହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜ କିଶୋର ମିଶ୍ର ଉନ୍ମୋଚନ କରିଥିଲେ।
ଫଳକରେ ଥିବା ସଂସ୍କୃତ ବାଣୀଗୁଡ଼ିକର ଓଡ଼ିଆ ଓ ଇଂରାଜୀ ଅନୁବାଦ ମଧ୍ୟ ସ୍ଥାନ ପାଇଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସ୍କୃତ ଭାଷା ଓ ଭାରତୀୟ ଜ୍ଞାନ ପରମ୍ପରା ପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ସଂସ୍କୃତ ବିଭାଗର ମୁଖ୍ୟା ସ୍ନିଗ୍ଧା ସ୍ୱରୂପା ବାରିକ, ଡ. ଅରୁଣ କୁମାର ମିଶ୍ର, ପ୍ରଶାସନିକ ଅଧିକାରୀ ଡ. ରବୀନ୍ଦ୍ର ନାଥ ପାଢ଼ୀ, ସ୍ୱପ୍ନାରାଣୀ ମିଶ୍ର, ପ୍ରବୀର କୁମାର ବେହେରା, ପ୍ରେମରାଜ ଗହୀର, ଦେବୀ ଦତ୍ତ ବେହେରା, ଚିତ୍ତ ରଞ୍ଜନ ପ୍ରଧାନଙ୍କ ସମେତ ସଂସ୍କୃତ ବିଭାଗର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *