ମାପଡା,୨୪/୪ (BT)। ନିମାପଡ଼ା ବ୍ଲକରେ ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ନିମାପଡ଼ା ପଞ୍ଚାୟତ ରାଜ ବିଭାଗ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆଜି ସଂଧ୍ୟାରେ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥିଭାବେ ବିଡ଼ିଓ ଡକ୍ଟର ଅଭିଜିତ ଷଡ଼ଙ୍ଗୀ ଯୋଗଦେଇଥିଲେ ଏବଂ ବଲାଙ୍ଗୀର ଠାରେ ଆୟୋଜିତ ଜାତୀୟ ପଞ୍ଚାୟତ ରାଜ ଦିବସର ସିଧା ପ୍ରସାଣରକୁ ନିମାପଡ଼ା ବ୍ଲକରେ ଜନସାଧାରଣ ଦେଖିଥିଲେ। ୧୪ ଜିଲ୍ଲାରେ ୧୩ ବର୍ଗର ଆଦିବାସୀ ମାନଙ୍କ ପାଇଁ ୧୧ ଟି ମୈାଳିକ ସୁବିଧା ଯୋଗାଇ ଦିଆଯାଇଛି । ଗ୍ରାମାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ବର୍ଷକୁ ୧ ହଜାର କୋଟି ବ୍ୟୟ ବରାଦ କରିଛନ୍ତି । ଆଜିର ଏହି କାର୍ଯ୍ୟ କ୍ରମରେ ସାଂସଦଙ୍କ ବ୍ଲକ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା,ବିଡ଼ିଓ ଡକ୍ଟର ଅଭିଜିତ ଷଡ଼ଙ୍ଗୀ , ଏ ବିଡ଼ିଓ ପ୍ରିୟଦର୍ଶୀନି ବରାଳ, ସହକାରୀ ନିର୍ବହୀଯନ୍ତ୍ରି ବିନୋଦ ବିହାରୀ ପୁହାଣ, ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ,ଅଜୟ ପରିଡ଼ା, ପ୍ରମୁଖ ଯୋଗଦେଇଥିଲେ ।ଏହି ଅବସରରେ ନୟାସବେରା ୟୁଥ୍ ଟ୍ରଷ୍ଟ ପକ୍ଷରୁ ପଥପ୍ରାନ୍ତ ନାଟକ “ଆମ ଯୋଜନା ” ପରିବେଷଣ କରାଯାଇଥିଲା ।
ନିମାପଡ଼ା ବ୍ଲକରେ ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି ।

















Leave a Reply