ନିମାପଡ଼ା, (BT) ଓଡିଶା ସରକାର ରାଜ୍ୟର ବିଭିନ୍ନ କଲେଜ୍ ର ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀ ମାନଙ୍କୁ ରୋଜଗାର କ୍ଷମ କରିବା ସହ ସେମାନଙ୍କର ଦକ୍ଷତା ବିକାଶ ପ୍ରଶିକ୍ଷଣ ପାଇଁ ସହୟକ ହେବାପାଇଁ ଏକ ଭଲ ପ୍ରୟାସ ଆରମ୍ଭ କରିଛନ୍ତି। ସେମାନଙ୍କ ଦକ୍ଷତା ବିକାଶକୁ ନେଇ ବଡ଼ବଡ଼ କମ୍ପାନୀ ଗୁଡ଼ିକୁ କଲେଜ କ୍ୟାମ୍ପସ କୁ ଡ଼ାକାଯାଇ ପ୍ରଥମ ଥର ପାଇଁ ନିଯୁକ୍ତି ମେଳାର ଆୟୋଜନ କରିଛନ୍ତି। ଅଧ୍ୟକ୍ଷ ଅମିତା ମହାନାୟକ ଏବଂ ଦକ୍ଷତା ବିକାଶ ଓ ର୍ନିୟାଜନ ବିଭାଗ ମୁଖ୍ୟ ଡ଼. ନନ୍ଦିତା ପଟ୍ଟନାୟକଙ୍କ ମିଳିତ ପ୍ରୟାସରେ ନିମାପଡ଼ା ଅଟୋନମସ କଲେଜରେ ଆଜି ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଟେକ ମହିନ୍ଦ୍ରା, ମୁଥୁଟ ମ୍ୟାକମିଲନ, କାପଷ୍ଟନ, ବିଗ ବାସ୍କେଟ , ପାଣ୍ଟାଲୁନ, ଗୋଦରେଜ, ଉର୍ମିଳା ଆନ୍ତର୍ଜାତୀୟ ସେବା, କ୍ୟାପିଟାଳ ଟୟୋଟା ସଷ୍ଟିନ କ୍ରେଡ଼ିଟ କେୟାର ନେଟସ୍ବାର୍କ ଳିଃ, ୨୦୫୦ ହେଲଥ କେୟାର ତ୍ରିମୁର୍ତ୍ତି ଗ୍ରୁପ ଭଲି ବହୁ ରାଷ୍ଟ୍ରିୟ କମ୍ପାନୀ ଗୁଡ଼ିକ ଆଜି ଅନୁଷ୍ଠିତ ନିଯୁକ୍ତି ମେଳାରେ ଯୋଗ ଦେଇ କମ୍ପାନୀ ଗୁଡ଼ିକରେ ଖାଲିଥିବା ୩ଶହ ପଦବୀ ପାଇଁ ସାକ୍ଷାତକାର ନେଇଥିଲେ। ନିମାପଡ଼ା କଲେଜର ୩ଶହ ଛାତ୍ରଛାତ୍ରୀ ନିଯୁକ୍ତିମେଳାରେ ବସିବାପାଇଁ ନାମ ପଜିଂକରଣ କରିଥିଲେ । ଆଜି ନିଯୁକ୍ତି ମେଳାରେ ବସିଥିବା ୧୨୦ ଉର୍ଦ୍ଦ ପିଲାଙ୍କର କମ୍ପାନୀମାନେ ସର୍ଟ ଲିଷ୍ଟ କରିଛନ୍ତି। ସର୍ଟଲିଷ୍ଟ ହୋଇଥିବା ପିଲାମାନଙ୍କୁ ଦକ୍ଷତା ବିକାଶ ତାଲିମପାଇଁ ଡ଼କାଯିବ ବୋଲି କମ୍ପାନୀ ପିଆଇଏ ସୁଚନା ଦେଇଛନ୍ତି। ଅଧ୍ୟାପକ ଡ଼. ରବିନ୍ଦ୍ର କୁମାର ପାଢୀ, ଅଧ୍ୟାପକ ମାନସ ରଞନ ସ୍ବାଇଁ, ପ୍ରବିର କୁମାର ବେହେରା ନିଯୁକ୍ତିମେଳାକୁ ପରିଚାଳନା କରିଥିଲେ।
ନିମାପଡ଼ା ଅଟୋନମସ କଲେଜରେ ପ୍ରଥମ ଥର ପାଇଁ ନିଯୁକ୍ତି ମେଳାର

















Leave a Reply