ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ବିରିଡ଼ିରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର: ୧୮୫ ଅଭିଯୋଗ, ୧୦୯ର ତୁରନ୍ତ ସମାଧାନ

ଜଗତସିଂହପୁର, ଅଗଷ୍ଟ ୩ (ବିଭୂତି ଟିଭି): ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ଶୁଣାଣି କରିଥିଲେ।
ଶିବିରରେ ମୋଟ ୧୮୫ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୧୭୪ଟି ବ୍ୟକ୍ତିଗତ ଏବଂ ୧୧ଟି ଗୋଷ୍ଠୀଗତ ଓ ଗ୍ରାମ୍ୟ ସମସ୍ୟା ସମ୍ବନ୍ଧୀୟ ଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ରାସନ କାର୍ଡ, ଆବାସ, ଜମିଜମା, ଭତ୍ତା, ପୋଲିସ ସହାୟତା ସହ ବିଭିନ୍ନ ସମସ୍ୟା ସାମିଲ ଥିଲା।
ପ୍ରଶାସନ ପକ୍ଷରୁ ଶିବିରରେ ଆସିଥିବା ୧୦୯ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ବେଳେ, ଅବଶିଷ୍ଟ ଅଭିଯୋଗଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ, ବିରିଡ଼ି ବିଡିଓ ଶ୍ରୀମତୀ ଆୟୁଷୀ ପତି, ତହସିଲଦାର ପ୍ରିଙ୍କିଲ ପି. ପରିଡ଼ା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲା ଓ ବ୍ଲକ୍ ସ୍ତରର ବିଭିନ୍ନ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ।

“ରିପୋର୍ଟ: ବିଭୂତି ଟିଭି ବ୍ୟୁରୋ, ଜଗତସିଂହପୁର”.

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *