ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

‘ଘରେ ଘରେ ତ୍ରିରଙ୍ଗା–୨୦୨୬’ ପାଇଁ ଜଗତସିଂପୁର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ଅଗଷ୍ଟ ୯ରୁ ୧୭ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ହେବ ବିଭିନ୍ନ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ

[ଜିଲ୍ଲା], ୧୦ ଅଗଷ୍ଟ ୨୦୨୬ (ବିଭୂତି TV):
ଆସନ୍ତା ସ୍ୱାଧୀନତା ଦିବସ ଏବଂ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାବ୍ୟାପୀ ‘ଘରେ ଘରେ ତ୍ରିରଙ୍ଗା–୨୦୨୬’ ଅଭିଯାନକୁ ବ୍ୟାପକ ଭାବେ ପାଳନ କରାଯିବ। ଏନେଇ ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି।
ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଅବସରରେ ସରକାରୀ କୋଠା, ସେତୁ, ଚିକିତ୍ସାଳୟ, ବିଦ୍ୟାଳୟ, ବଜାର, ବସ୍ ଟର୍ମିନାଲ, ରେଳ ଷ୍ଟେସନ୍ ଓ ପ୍ରମୁଖ ଛକଗୁଡ଼ିକୁ ତ୍ରିରଙ୍ଗା ଆଲୋକମାଳାରେ ସଜାଯିବ।
ଶିକ୍ଷାନୁଷ୍ଠାନରେ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାତୀୟତାବୋଧ ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକାର ବିକାଶ ଯାତ୍ରା, ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନ, ତ୍ରିରଙ୍ଗା ଓ ‘ବନ୍ଦେ ମାତରମ୍’ ସମ୍ପର୍କିତ ପ୍ରଦର୍ଶନୀ ଆୟୋଜନ କରାଯିବ। ସ୍କୁଲ ଓ କଲେଜଗୁଡ଼ିକରେ ‘ବନ୍ଦେ ମାତରମ୍’ ଏବଂ ଜାତୀୟ ସଙ୍ଗୀତ ଗାନର ମଧ୍ୟ ଆୟୋଜନ ହେବ।
ଏଥିସହ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ MyGov ପୋର୍ଟାଲରେ ଆୟୋଜିତ ଅନଲାଇନ୍ କୁଇଜ୍‌ରେ ଛାତ୍ରଛାତ୍ରୀଙ୍କ ଅଧିକରୁ ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରାଯିବ।
୧୧ ଅଗଷ୍ଟରେ ‘ମେଗା ତ୍ରିରଙ୍ଗା ରାଲି’
ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ ଓ ଜାତୀୟତାବୋଧ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅଗଷ୍ଟ ୧୧ ତାରିଖ ସକାଳ ୮ଟାରେ ଜିଲ୍ଲା ସଦର ମହକୁମାରେ ଏକ ‘ମେଗା ତ୍ରିରଙ୍ଗା ରାଲି’ ଆୟୋଜିତ ହେବ।
ଏହି ରାଲିରେ ଛାତ୍ରଛାତ୍ରୀ, NCC କ୍ୟାଡେଟ୍, NSS ଯୁବବର୍ଗ, ସ୍ୱେଚ୍ଛାସେବୀ ସଂଗଠନ, ସ୍ୱୟଂସହାୟକ ଗୋଷ୍ଠୀ ଓ ସାଧାରଣ ନାଗରିକ ସାଇକେଲ, ମୋଟରସାଇକେଲ ଏବଂ ପଦଯାତ୍ରା ମାଧ୍ୟମରେ ତ୍ରିରଙ୍ଗା ପତାକା ଧରି ଯୋଗଦେବେ।
ରାଲି ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍‌ରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ସଅଁରାସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ନିକଟରେ ପହଞ୍ଚିବ।
ବ୍ଲକ୍ ଓ ପୌରାଞ୍ଚଳରେ ମଧ୍ୟ ରାଲି
ଜିଲ୍ଲାର ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରେ ସ୍ଥାନୀୟ BDO ଓ ତହସିଲଦାରଙ୍କ ନେତୃତ୍ୱରେ ସାଇକେଲ, ବାଇକ୍ ଏବଂ ପଦଯାତ୍ରା ରାଲି ଆୟୋଜନ କରାଯିବ। ସାର୍ବଜନୀନ ସ୍ଥାନଗୁଡ଼ିକରେ ତ୍ରିରଙ୍ଗା ଆଧାରିତ ରଙ୍ଗୋଲି ପ୍ରଦର୍ଶନୀ ଓ ପ୍ରତିଯୋଗିତା ମଧ୍ୟ ହେବ।
ସାଂସ୍କୃତିକ କାର୍ଯ୍ୟକ୍ରମ ସହ ‘Selfie with Tiranga’
‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନ ସମୟରେ ‘ବନ୍ଦେ ମାତରମ୍’ର ସମବେତ ଗାୟନ, ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ, ଚିତ୍ରକଳା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିସହ ‘Selfie with Tiranga’ ଅଭିଯାନରେ ଜାତୀୟ ପତାକା ସହ ସେଲ୍ଫି ଅପଲୋଡ୍ କରିବାକୁ ମଧ୍ୟ ଲୋକଙ୍କୁ ପ୍ରୋତ୍ସାହିତ କରାଯିବ।
ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ
ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ‘ଘରେ ଘରେ ତ୍ରିରଙ୍ଗା’ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ; ଏହା ପ୍ରତ୍ୟେକ ଭାରତୀୟଙ୍କ ଗର୍ବ ଓ ଗୌରବର ପ୍ରତୀକ। ତେଣୁ ପ୍ରତ୍ୟେକ ନାଗରିକ, ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ବ୍ୟବସାୟୀ ଓ ସ୍ୱେଚ୍ଛାସେବୀ ସଂଗଠନ ନିଜ ନିଜ ବାସଭବନ ଓ ପ୍ରତିଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରି ଏହି ଜାତୀୟ ମହୋତ୍ସବରେ ବ୍ୟାପକ ଭାବେ ସାମିଲ ହେବାକୁ ସେ ନିବେଦନ କରିଛନ୍ତି।
— ବିଭୂତି TV | ଜିଲ୍ଲା ପ୍ରତିନିଧି

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *