ଭୁବନେଶ୍ବର:ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ୭ ଦିନ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଓଡିଶା ଓ ତା ପାଶ୍ୱବର୍ତୀ ଅଂଚଳ ଉପରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଂଟାରେ ୪ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବା ବଜ୍ରପାତ ସହ କୁଆପଥର ବର୍ଷାର ସମ୍ଭାବନା ଦେଇଛି ବିଭାଗ । ଏହାସହ ୫୦ରୁ ୬୦ କିଲୋମିଟର ବେଗରେ ଝଡ଼ପବନ ସମ୍ଭାବନା ସହ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଂଜାମ, ଗଜପତି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ମାଲକାନଗିରି- ଏହି ୨୩ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ଵର୍ଷା ଏବଂ ୩୦ରୁ ୫୦ କିମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତାକାଲି କିଛି ଜିଲ୍ଲାରେ ହାଲକା ବର୍ଷା ସହ ମୟୂରଭଞ୍ଜକୁ ବିଜୁଳି ଘଡ଼ଘଡ଼ି ସହ ଵର୍ଷା ଓ ୫୦ରୁ ୬୦ କିଲୋମିଟର ବେଗରେ ଝଟକା ପବନ ବହିବା ସମ୍ଭାବନାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବଜ୍ରପାତ ସହ ୪୦ରୁ ୫୦ କିଲୋମିଟର ଝଟକା ପବନ ବହିବାର ସମ୍ଭାବନା ରହିଛି । ବଜ୍ରପାତ ସହ ହଲାକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ଏହି ୩ ଜିଲ୍ଲାକୁ ୟେଲୋ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏପ୍ରିଲ ୨ ତାରିଖ ଯାଏ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତର ସମ୍ଭାବନା ଥିବାବେଳେ କିଛି ଜିଲ୍ଲାରେ ୟେଲୋ ୱର୍ଣ୍ଣିଂ ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଗତ ୨୪ ଘଂଟାରେ ଅନେକ ସ୍ଥାନରେ ବର୍ଷା ସହ କଟକ ଓ ଖୋର୍ଦ୍ଧାରେ କୁଆପଥର ବର୍ଷା ହୋଇଥିବା ବେଳେ ୧୩ଟି ସ୍ଥାନରେ ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱରରେ ସର୍ବାଧିକ ୧୯.୭ ମିମି ବର୍ଷା ରେକର୍ଡ ହୋଇଛି । ସେପଟେ ରାଜ୍ୟରେ ବର୍ତ୍ତମାନ ଦିନର ତାପମାତ୍ରା ୩୮ ଡିଗ୍ରୀ ଉପରେ ରହୁଥିବା ବେଳେ ଦିନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି ।ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

















Leave a Reply