ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ପିଙ୍ଗଳାକ୍ଷୀ ଅର୍ଗାନାଇଜେସନ୍‌ର PCSEରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ନିମାପଡ଼ା, ୨/୧୦ (ବିଭୂତି ଟିଭି):ପିଙ୍ଗଳାକ୍ଷୀ ଅର୍ଗାନାଇଜେସନ୍‌ର PCSE ପରିସରରେ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଆଜି ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ଅନୁଷ୍ଠାନର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଦେଶପ୍ରେମ, ତ୍ୟାଗ, ସତ୍ୟ, ଅହିଂସା ଓ ସରଳ ଜୀବନର ଆଦର୍ଶକୁ ସ୍ମରଣ କରିଥିଲେ।
କାର୍ଯ୍ୟକ୍ରମରେ ଜନ୍ମେଜୟ ସ୍ୱାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଅପର୍ଣ୍ଣା ବଲ୍ଲଭ, ସନ୍ଧ୍ୟାସୁଧା ନାୟକ ଏବଂ ପ୍ରଜ୍ଞା ପରିମିତା ପରିଡ଼ା ପ୍ରମୁଖ ଯୋଗଦେଇଥିଲେ।
ବକ୍ତାମାନେ ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ ସହିତ ଶାସ୍ତ୍ରୀଜୀଙ୍କ ସରଳତା, ଦେଶସେବା ଓ କର୍ତ୍ତବ୍ୟନିଷ୍ଠା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ମହାନ ବ୍ୟକ୍ତିତ୍ୱମାନଙ୍କ ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଥିଲା।
ଶେଷରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।
ସମ୍ବାଦ ସେବା: ବିଭୂତି ଟିଭି (Bibhuti TV)
ନିମାପଡ଼ା, ପୁରୀ

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *