ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଦିପ ତଳ ଅନ୍ଧାର ଭଳି ନିମାପଡା ବ୍ଲକ ହରିପୁର ପଞ୍ଚାୟତ ର ୱାର୍ଡ ନଂ ୬ ଦଳୁଆ ସାହି ଗ୍ରାମ କୁ ଏପର୍ଯ୍ୟନ୍ତ ରାସ୍ତା ନାହିଁ

ନିମାପଡା(BT) ସବୁଆଡେ ବିକାଶ ର ଲହରୀ ଭାଙ୍ଗୁ ଥିଲାବେଳେ ନିମାପଡା ପିପିଲି ମୁଖ୍ୟ ରାସ୍ତା ପାର୍ଶ୍ୱରୁ ମାତ୍ର ୫୦୦ ମିଟର ଦୂରରେ ଥିବା ଏହି ଗାଁ କୁ ଏକ ରାସ୍ତା ନାହିଁ। ରାସ୍ତା ନଥିବାରୁ ପୋଖରୀ ହୁଡ଼ା, ବିଲ ସରି ହିଁ ଯିବାଆସିବା ପାଇଁ ଏକମାତ୍ର ମାଧ୍ୟମ । ୩୦୦ ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ଥିବା ଏହି ଗାଁରେ ବର୍ଷା ଦିନେ ପାଣି କାଦୁଅ ଭିତରେ ଛୋଟପିଲା ମାନେ ସ୍କୁଲ ଯାଉଥିବା ବେଳେ ଗୁରୁତର ରୋଗୀ ମାନଙ୍କୁ ଭାରରେ ବୋହି ଗାଁ ଭିତରୁ ମୁଖ୍ୟ ରାସ୍ତାକୁ ଆଣିବାକୁ ପଡିଥାଏ ।
ଦଳୁଆ ସାହିର ଗ୍ରାମବାସୀ, ହରିପୁର ପଞ୍ଚାୟତ ର ଯୁବ ସଂଗଠକ ଓ ମୁରବୀ ମାନଙ୍କ ସହିତ ଏକ ବୈଠକ କରିବା ପରେ ଆଗାମୀ ବର୍ଷା ଋତୁ ପୂର୍ବରୁ ଏହି ଗାଁ କୁ ଭଲ ରାସ୍ତା ନିର୍ମାଣ କରିବା ଲାଗି ପଦକ୍ଷେପ ନେବାକୁ ଜାଗ୍ରତ ଯୁବଶକ୍ତି ସଂଗଠନ ଆବାହକ ଆଦର୍ଶ ଦାଶ, ସଂଯୋଜକ ସମୀର ରଞ୍ଜନ ରାଉତରାୟ, ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ଦାସ, ଉପଦେଷ୍ଟା ସମିତି ମୁଖ୍ୟ ଅଜୟ କୁମାର ମିଶ୍ର, ଅଜୟ କୁମାର ପଣ୍ଡା ଙ୍କ ସମେତ ଦଳୁଆ ସାହି ଗ୍ରାମବାସୀ ଙ୍କ ତରଫରୁ ନିମାପଡା ବ୍ଲକ ପ୍ରଶାସନ ଙ୍କ ସହିତ ଯୋଗାଯୋଗ କରାଯାଇଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *