ନିମାପଡ଼ା, ଅଗଷ୍ଟ ୩ (ବିଭୂତି ଟିଭି): ନିମାପଡ଼ାର ସର୍ବାଙ୍ଗୀଣ ବିକାଶକୁ ଲକ୍ଷ୍ୟ କରି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଏକାଧିକ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି।
ପ୍ରଥମେ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର ଗଭର୍ଣ୍ଣିଂ ବଡି ବୈଠକରେ ଯୋଗଦେଇ ସ୍ୱାସ୍ଥ୍ୟସେବା, ରୋଗୀ ସୁବିଧା ଏବଂ ଭିତ୍ତିଭୂମିର ସମୀକ୍ଷା କରିଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଧୁନିକ ଅଲ୍ଟ୍ରାସାଉଣ୍ଡ ମେସିନ୍ ଓ ଡିଜିଟାଲ୍ ଏକ୍ସ-ରେ ମେସିନ୍ର ଶୁଭାରମ୍ଭ କରାଯାଇଥିଲା। ଉଲ୍ଲେଖନୀୟ ସେବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।
ଏହାପରେ ଉପମୁଖ୍ୟମନ୍ତ୍ରୀ ନିମାପଡ଼ା ଇନଡୋର ଷ୍ଟାଡିୟମ୍ ପରିଦର୍ଶନ କରି ମୁକ୍ତାକାଶ ବ୍ୟାୟାମ ଓ ଯୋଗାଭ୍ୟାସ ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶର ସମୀକ୍ଷା କରିଥିଲେ। ସେ କ୍ରିକେଟ୍ ଏକାଡେମୀ ପରିଦର୍ଶନ କରି ସ୍ଥାନୀୟ କ୍ରୀଡ଼ା ପ୍ରତିଭା ବିକାଶରେ ଏହାର ଭୂମିକାକୁ ପ୍ରଶଂସା କରିଥିଲେ।
ପରେ ପୁରୁଣା ନିମାପଡ଼ା ବାଳକ ଉଚ୍ଚ ବିଦ୍ୟାଳୟରେ ପ୍ରସ୍ତାବିତ କୌଶଳ ବିକାଶ କେନ୍ଦ୍ର ଓ ଛାତ୍ରାବାସ ନିର୍ମାଣ ସ୍ଥଳ ପରିଦର୍ଶନ କରି ଏହାର ଅଗ୍ରଗତି ସମୀକ୍ଷା କରିଥିଲେ।
ନିମାପଡ଼ାର ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ମାରାଥନ ସମୀକ୍ଷା; ସ୍ୱାସ୍ଥ୍ୟ, କ୍ରୀଡ଼ା ଓ କୌଶଳ ବିକାଶକୁ ପ୍ରାଥମିକତା

















Leave a Reply