ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

୪୧ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ‘ସିଏମ୍ କିଷାନ’ ସହାୟତା

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ସମାରୋହ ଆୟୋଜିତ
ଜଗତସିଂହପୁର, ୪/୯ (ବି.ପ୍ର.) : କୃଷିଭିତ୍ତିକ ଗଣପର୍ବ ପବିତ୍ର ନୂଆଁଖାଇ ପୂର୍ବରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ‘ସିଏମ୍ କିଷାନ’ ଯୋଜନାର ପଞ୍ଚମ କିସ୍ତି ବାବଦରେ ୮୩୩ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ସହାୟତା ରାଶି ପ୍ରଦାନ କରିଥିଲେ।
ଏହି ଅବସରରେ ଜଗତସିଂହପୁର ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ଜଗତସିଂହପୁର ସାଂସଦ ଡଃ. ବିଭୂ ପ୍ରସାଦ ତରାଇ ଏବଂ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଯୋଗଦେଇଥିଲେ।
ସରକାରଙ୍କ ପକ୍ଷରୁ ‘ସମୃଦ୍ଧ କୃଷକ ଯୋଜନା’ ମାଧ୍ୟମରେ ଧାନର କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ, ଆନୁଷଙ୍ଗିକ କୃଷିକୁ ପ୍ରୋତ୍ସାହନ ଏବଂ ‘କୃଷି ବିଦ୍ୟାନିଧି’ ମାଧ୍ୟମରେ ଚାଷୀ ପରିବାରର ପିଲାମାନଙ୍କୁ ମାଗଣା ବୈଷୟିକ ଶିକ୍ଷା ଭଳି ବିଭିନ୍ନ ପଦକ୍ଷେପ ନିଆଯାଉଛି।
ନିକଟରେ ହୋଇଥିବା ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ବିଶେଷ ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଥିବା ବେଳେ ଫସଲ କ୍ଷୟକ୍ଷତିର ଆକଳନ ଆଧାରରେ କ୍ଷତିପୂରଣ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
‘ସିଏମ୍ କିଷାନ’ ଯୋଜନାରେ ପ୍ରତିବର୍ଷ ଖରିଫ ଓ ରବି ଋତୁ ପୂର୍ବରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଡିବିଟି ମାଧ୍ୟମରେ ୨ଟି କିସ୍ତିରେ ମୋଟ ୪ ହଜାର ଟଙ୍କା ଏବଂ ଭୂମିହୀନ କୃଷକ ପରିବାରଙ୍କୁ ୩ଟି କିସ୍ତିରେ ସମୁଦାୟ ୧୨ ହଜାର ୫ ଶହ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ଜଗତସିଂହପୁର ଜିଲ୍ଲାର ପ୍ରାୟ ୧ ଲକ୍ଷ ୪୦ ହଜାର ଚାଷୀ ଏହି ଯୋଜନାରୁ ଲାଭ ପାଉଛନ୍ତି।
ସରକାରଙ୍କ ଏହି ପଦକ୍ଷେପ ଚାଷୀଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ କୃଷି କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ଆଶା ପ୍ରକାଶ ପାଇଛି।
— ବିଭୂତି ଟିଭି (Bibhuti TV)

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *