ପୁରୀ,(BT) ତା. ୨୪/୦୭: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀ ଶ୍ରୀବଡଦାଣ୍ଡରେ SWACHHA Volunteers ଏବଂ Human Rights Volunteersଙ୍କ ମିଳିତ ସହଯୋଗରେ ଏକ ସ୍ୱଚ୍ଛତା ସେବା (ସଫେଇ) କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି।
ଲକ୍ଷାଧିକ ଭକ୍ତଙ୍କ ସମାଗମ ମଧ୍ୟରେ ସ୍ୱେଚ୍ଛାସେବୀମାନେ ଶ୍ରୀବଡଦାଣ୍ଡରେ ସଫେଇ କାର୍ଯ୍ୟ କରିବା ସହ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଥିଲେ।
ଏହା ସହିତ ଏକ ସବୁଜ ଓ ସୁସ୍ଥ ପରିବେଶ ଗଠନର ଲକ୍ଷ୍ୟରେ ବକୁଳ, ନିମ୍ବ, ଶାଗୁଆନ ଏବଂ ଅଁଳା ଭଳି ଔଷଧୀୟ ଓ ପରିବେଶ ଉପଯୋଗୀ ବୃକ୍ଷ ଚାରା ଭକ୍ତ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ବୃକ୍ଷରୋପଣ ମାଧ୍ୟମରେ ପରିବେଶ ସୁରକ୍ଷାରେ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା।
ଏହି ସେବା କାର୍ଯ୍ୟରେ ନିଷ୍ଠା, ଶୃଙ୍ଖଳା ଓ ସମର୍ପଣର ସହ ଅଂଶଗ୍ରହଣ କରିଥିବା SWACHHA Volunteers ଏବଂ Human Rights Volunteersଙ୍କ ଉଦ୍ୟମକୁ ସ୍ଥାନୀୟ ଲୋକ ଓ ଭକ୍ତମାନେ ପ୍ରଶଂସା କରିଥିଲେ।
“ସ୍ୱଚ୍ଛତା ହିଁ ସେବା – ବୃକ୍ଷରୋପଣ ହିଁ ଭବିଷ୍ୟତ।”
ପୁରୀ ବାହୁଡ଼ା ଯାତ୍ରା ଅବସରରେ ଶ୍ରୀବଡଦାଣ୍ଡ ରେ ସ୍ୱଚ୍ଛତା ସେବା ସହ ଔଷଧୀୟ ବୃକ୍ଷ ଚାରା ବଣ୍ଟନ।

















Leave a Reply