ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆଧାର ଲିଙ୍କ୍ ନହେଲେ ବନ୍ଦ ହୋଇପାରେ ପେନସନ୍

 ପେନସନ୍ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଡିଜିଟାଲ୍ କରିବାର ଉଦ୍ଦେଶ୍ୟରେ ରାଜ୍ୟର ଲକ୍ଷ ଲକ୍ଷ ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗ ପେନସନଭୋଗୀଙ୍କ ପାଇଁ ବଡ଼ ଖବର । ଆଧାର ସହ ବ୍ୟାଙ୍କ ଖାତା ଲିଙ୍କ୍ ନଥିଲେ ଅଟକିଯାଇପାରେ ସାମାଜିକ ସୁରକ୍ଷା ପେନସନ୍ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ତୁରନ୍ତ ପଦକ୍ଷେପ ନେବାକୁ କହିଛି ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ । ବର୍ତ୍ତମାନ ରାଜ୍ୟରେ ୩ ଲକ୍ଷ ୩୫ ହଜାର ୮୫୦ ଜଣ ପେନସନଭୋଗୀଙ୍କ ଆଧାର ନମ୍ବର ବ୍ୟାଙ୍କ ଖାତା ସହ ମ୍ୟାପିଂ ହୋଇନଥିବା ତଥ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି । ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନକୁ ଜାରି କରିଥିବା ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ୨୦୨୬-୨୭ ଆର୍ଥିକ ବର୍ଷରୁ National Social Assistance Programme (NSAP) ଅନ୍ତର୍ଗତ ପେନସନ୍ ଅର୍ଥ SNA-SPARSH ପ୍ଲାଟଫର୍ମ ମାଧ୍ୟମରେ ଆଧାର ଭିତ୍ତିକ ପେମେଣ୍ଟ ମୋଡରେ ପ୍ରଦାନ କରାଯାଉଛି। କିନ୍ତୁ ନୂତନ ବ୍ୟବସ୍ଥାରେ ଅନେକ ହିତାଧିକାରୀଙ୍କ ଆଧାର ସଂଖ୍ୟା ବ୍ୟାଙ୍କ ଖାତା ସହ ଲିଙ୍କ୍ ହୋଇନାହିଁ । ସରକାରୀ ତଥ୍ୟ ଅନୁସାରେ ଏପରି ହିତାଧିକାରୀଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୫୦ରେ ପହଞ୍ଚିଛି । ଫଳରେ ଆଗାମୀ ଦିନରେ ଆକାଉଣ୍ଟ ବେସଡ୍ ପେମେଣ୍ଟ ବ୍ୟବସ୍ଥା ବନ୍ଦ ହୋଇପାରେ ଏବଂ ପେନସନ୍ ପାଇବାରେ ବାଧା ସୃଷ୍ଟି ହେବା ଆଶଙ୍କା ରହିଛି।ସରକାର ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏହି ହିତାଧିକାରୀମାନଙ୍କ ମଧ୍ୟରୁ ଅନେକେ ଶଯ୍ୟାଶାୟୀ, ବୃଦ୍ଧ କିମ୍ବା ଅସୁସ୍ଥ ଥିବାରୁ ବ୍ୟାଙ୍କକୁ ଯାଇ ଆଧାର ଅପଡେଟ୍ କରିବା ସେମାନଙ୍କ ପାଇଁ ସମ୍ଭବ ହେଉନାହିଁ । ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଘରେ ଘରେ ଯାଇ ଏଭଳି ହିତାଧିକାରୀଙ୍କୁ ଚିହ୍ନଟ କରିବା ସହ ଆଧାର ସିଡିଂ ଓ e-KYC ପ୍ରକ୍ରିୟା ଶୀଘ୍ର ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *